ଓଡିଶା

odisha

By

Published : Jul 19, 2021, 8:27 PM IST

ETV Bharat / bharat

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଶୁଭେଚ୍ଛା

ଆସ୍ଥା ଭୋଟ ଜିତିବା ପରେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଅଧିକ ପଢ଼ନ୍ତୁ...

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଶୁଭେଚ୍ଛା
ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଶୁଭେଚ୍ଛା

କାଠମାଣ୍ଡୁ: ଆସ୍ଥା ଭୋଟ ଜିତିବା ପରେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ଖାଲି ସେତିକି ନୁହେଁ ମହାମାରୀ କୋରୋନାରୁ ବର୍ତ୍ତିବା ପାଇଁ ଯଥାଶୀଘ୍ର ଭାରତ ପକ୍ଷରୁ ନେପାଳକୁ ଟିକା ପଠାଯିବା ନେଇ ଆଶ୍ବସନା ଦେଇଛନ୍ତି ମୋଦି । ନେପାଳ ସଂସଦରେ ଆସ୍ଥା ଭୋଟ ବିଜୟୀ ହୋଇଛନ୍ତି ଶେର୍ ବାହାଦୁର ଦେଉବା ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, "ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଶୁଭେଚ୍ଛା । ଏହାସହ ଆଗାମୀ ଦିନରେ ଏକାଠୀ ହୋଇ କାର୍ଯ୍ୟ କରିବା ସହ କୋରୋନା ମହାମାରୀ ବିରୋଧରେ ମିଳିତ ଭାବରେ ଲଢ଼େଇ କରିବାକୁ କଥା ହୋଇଛି । ମହାମାରୀ ବିରୋଧରେ ଲଢ଼େଇ ପାଇଁ ନେପାଳକୁ ଖୁବଶୀଘ୍ର କୋରୋନା ଟିକା ଯୋଗାଇ ଦିଆଯିବ ।"

ଏହାସହ ଦୁଇ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ଦୁଇ ଦେଶରେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାକୁ କଥା ହୋଇଛନ୍ତି । ଗତ ରବିବାର ନେପାଳ ସଂସଦରେ ୧୬୫ଟି ଭୋଟ ସହ ବିଜୟୀ ହୋଇଛନ୍ତି ଶେର ବାହାଦୁର ଦେଉବା । ୮୩ଟି ଭୋଟ ତାଙ୍କ ବିପକ୍ଷରେ ପଡ଼ିଥିଲା । ମୋଟ ୨୪୯ ସାଂସଦ ଏଥିରେ ସାମିଲ ହୋଇଥିଲେ ।

ପୁଣି ଗୃହ ଆରମ୍ଭ କରିବାକୁ ପ୍ରାୟ ୧୪୬ ସାଂସଦ ସୁପ୍ରିମକୋର୍ଟରେ ରିଟ ପିଟିସନ ଦାଖଲ କରିଥିଲେ । ନେପାଳ ରାଷ୍ଟ୍ରପତି ସମ୍ବିଧାନରେ ଥିବା ଅନୁଚ୍ଛେଦ ୭୬(୫) ଅନୁଯାୟୀ ଦେଉବାକୁ ସରକାର ଗଠନ କରିବାକୁ ଅନୁମତି ଦେଉନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details