ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ଆଜି) ଗୁରୁବାର ଉତ୍ତର ପ୍ରଦେଶର ଜିଓ୍ବାର ଠାରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (NIA)ର ଭିତ୍ତିପ୍ରସ୍ତର ସ୍ଥାପନ PM lays foundation stone of Noida International)କରିଛନ୍ତି । ଏହି ନୂତନ ଆନ୍ତର୍ଜାତୀୟ ବିମାନବନ୍ଦର ସହ ଉତ୍ତରପ୍ରଦେଶ ଦେଶର ଏକମାତ୍ର ପାଞ୍ଚଟି ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟରେ ସାମିଲ ହେବାକୁ ଯାଉଛି ।
ବିମାନ ସେବାର ପହଞ୍ଚକୁ ବଢାଇବା ଏବଂ ଭବିଷ୍ୟତରେ ବିମାନ ଚଳାଚଳ କ୍ଷେତ୍ର ସୃଷ୍ଟି କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଆରମ୍ଭ କରିଥିବା ଭିଜନର ଏହା ଏକ ଅଂଶ ବିଶେଷ । ସେହିପରି ଉତ୍ତରପ୍ରଦେଶରେ ନିକଟ ଭବିଷ୍ୟତରେ ମଧ୍ୟ ଅନେକ ବିମାନ ବନ୍ଦର ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ନିକଟରେ କୁସିନଗର ବିମାନବନ୍ଦର ଲୋକାର୍ପିତ ହୋଇଥିବାବେଳେ ଅଯୋଧ୍ୟାରେ ଆନ୍ତର୍ଜାତୀୟ ବିମାନ ବନ୍ଦର(International Airport) ନିର୍ମାଣଧୀନ ରହିଛି ।
ଏହି ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦର (NIA)ଟି NCR କ୍ଷେତ୍ରରେ ଦ୍ବିତୀୟ ବୃହତ୍ତମ ବିମାନବନ୍ଦର ହେବ । ଦିଲ୍ଲୀ ପରେ ଏହା ଦ୍ବିତୀୟ ବ୍ୟସ୍ତବହୁଳ ବିମାନବନ୍ଦର ହେବା ସହ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦର (IGI)ର ଏୟାର-ଟ୍ରାଫିକ ସମସ୍ୟା ମଧ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ, ଅଲିଗଡ, ଆଗ୍ରା, ଫରିଦାବାଦ ଅଞ୍ଚଳର ଲୋକଙ୍କୁ ସହଜ ବିମାନ ସେବା ଯୋଗାଇବାରେ ଏହି ନୂତନ ବିମାନବନ୍ଦର ବେଶ ସହାୟକ ହେବ ବୋଲି ବିଚାର କରାଯାଉଛି ।
ଏହି ବିମାନବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ ଗେଟୱେ ହେବ । ଏହାର ଉନ୍ନତ ମାପଦଣ୍ଡ ହେତୁ ବିମାନବନ୍ଦର ଉତ୍ତରପ୍ରଦେଶ ପାଇଁ ଯୋଗାଯୋଗ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବା ବିଶ୍ବ ଲଜିଷ୍ଟିକ୍ ମାନଚିତ୍ରରେ ଉତ୍ତର ପ୍ରଦେଶକୁ ଏକ ପ୍ରମୁଖ ସ୍ଥାନ ଦେବ । ପ୍ରଥମ ଥର ପାଇଁ ଦେଶର ଏକ ବିମାନବନ୍ଦରକୁ ଏକ ଇଣ୍ଟିଗ୍ରେଟେଡ୍ ମଲ୍ଟି ମୋଡାଲ୍ କାର୍ଗୋ ହବ କରିବା ଦିଗରେ ଭିଜନ ରଖାଯାଇଛି ।