ନୂଆଦିଲ୍ଲୀ: ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨(PM Kisan Samman Sammelan 2022) କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆ ଆଇଏଆର୍ଆଇରେ ହୋଇଥିବା ସମ୍ମିଳନୀରେ ପ୍ରାୟ ଦେଶବ୍ୟାପୀ ୧୩, ୫୦୦ କୃଷକ ଯୋଗ ଦେଇଛନ୍ତି । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ୧୦ ଲକ୍ଷ ଚାଷୀଙ୍କ ଜମାଖାତାକୁ ଦ୍ବାଦଶ କିସ୍ତିରେ ୧୬ ହଜାର କୋଟି ଟଙ୍କା ପଠାଇଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଛି । ଚାଷୀମାନଙ୍କୁ ଅଧିକ ସମୃଦ୍ଧ ସହ କୃଷି ବ୍ୟବସ୍ଥାକୁ ଅଧିକ ଆଧୁନିକ କରିବା ପାଇଁ ସରକାର ବିଭିନ୍ନ କାଯ୍ୟକ୍ରମ ହାତକୁ ନେଉଛନ୍ତି । ଦ୍ବାଦଶ କିସ୍ତିରେ ହିତାଧିକାରୀଙ୍କୁ ୧୬ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି । ଗୋଟିଏ ଦେଶ, ଗୋଟିଏ ସାର(One Nation one Fertizer) ନାମକ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଆରମ୍ଭ କରାଯାଇଛି । ଯେଉଁଥିରେ କୃଷକମାନଙ୍କୁ କମ ଦରରେ ଉତ୍ତମ ସାର ଯୋଗାଇଦିଆଯିବ ।
ପ୍ରଧାନମନ୍ତ୍ରୀ ଜନଉର୍ବକ ପରିଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହାସହ ଭାରତ ୟୁରିଆ ବ୍ୟାଗ ଉନ୍ମୋଚନ କରାଯାଇଛି । ଯାହା ଭାରତସାର ନାମକ ବ୍ରାଣ୍ଡ ହିସାବରେ ବଜାରରେ ବିକ୍ରି ହେବ । ଭାରତ ନାନୋ ୟୁରିଆ ସାର ବ୍ୟବହାର କରି ଆତ୍ମନିର୍ଭରଶୀଳ ଆଡକୁ ଗତି କରୁଛି । ଯାହା ଭାରତ କୃଷି କ୍ଷେତ୍ରରେ ଏକ ମାଇଲଖୁଣ୍ଟ । ଚାଷ ଉଦ୍ଦେଶ୍ୟରେ ନାନୋ ୟୁରିଆ ଏକ ବ୍ୟୟବହୁଳ ମାଧ୍ୟମ ଭାବରେ ଉଭାହେବ ।