ଓଡିଶା

odisha

Union Budget Input: ପ୍ରମୁଖ କମ୍ପାନୀ CEOଙ୍କ ସହ ମୋଦିଙ୍କ ଆଲୋଚନା

By

Published : Dec 20, 2021, 10:59 PM IST

କେନ୍ଦ୍ରୀୟ ବଜେଟ ଆସିବା ପୂର୍ବରୁ ବିଭିନ୍ନ ପ୍ରମୁଖ କମ୍ପାନୀର CEOଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ ବେସରକାରୀ କ୍ଷେତ୍ରରୁ ଲୋଡିଲେ ପରାମର୍ଶ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ବଜେଟ ପୂର୍ବରୁ ପ୍ରମୁଖ କମ୍ପାନୀର CEOଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
କେନ୍ଦ୍ରୀୟ ବଜେଟ ପୂର୍ବରୁ ପ୍ରମୁଖ କମ୍ପାନୀର CEOଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ଆସିବା ପୂର୍ବରୁ ବିଭିନ୍ନ ପ୍ରମୁଖ କମ୍ପାନୀର CEO ଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟାଙ୍କିଙ୍ଗ, ଭିତ୍ତିଭୂମି, ଅଟୋମୋବାଇଲ, ଟେଲିକମ୍, ଉପଭୋକ୍ତା ସାମଗ୍ରୀ, ବୟନ, ନବୀକରଣ ଯୋଗ୍ୟ ଶକ୍ତି, ଆତିଥ୍ୟ, ପ୍ରଯୁକ୍ତିବିଦ୍ୟା ପରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସେବା ଯୋଗାଉଥିବା ପ୍ରମୁଖ କମ୍ପାନୀଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO)ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରି ବଜେଟ ପାଇଁ ପରାମର୍ଶ ମାଗିଥିବା ସୂଚନା ରହିଛି ।

ବଜେଟ ପୂର୍ବରୁ ବେସରକାରୀ କ୍ଷେତ୍ରରୁ ଇନପୁଟ୍ ଏବଂ ପରାମର୍ଶ ଗ୍ରହଣ କରିବାକୁ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ହେଉଥିବା ଅନେକ ପାରସ୍ପରିକ ବୈଠକ ମଧ୍ୟରୁ ଅନ୍ୟତମ ।

ଆଜିର ଏହି ବୈଠକରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ଗତ ସପ୍ତାହରେ ଅଗ୍ରଣୀ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର ପୁଞ୍ଜି ସମ୍ପର୍କରେ ମଧ୍ୟ ଆଲୋଚନା କିରଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details