ନୂଆଦିଲ୍ଲୀ:ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକଦିବସୀୟ ନେପାଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଗସ୍ତ ସାରି ସ୍ବଦେଶ ଫେରିଛନ୍ତି । ତେବେ ସେ ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଲକ୍ଷ୍ନୌରେ ପହଞ୍ଚିଛନ୍ତି । ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରାତ୍ରୀ ଭୋଜନରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ନେପାଳରୁ ଲକ୍ଷ୍ନୌ ପହଞ୍ଚିଲେ ମୋଦି, ଯୋଗୀଙ୍କ ସହ କରିବେ ରାତ୍ରୀଭୋଜନ
ନେପାଳ ଗସ୍ତ ସାରି ଲକ୍ଷ୍ନୌରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବିମାନ ବନ୍ଦରରେ ସ୍ବାଗତ କଲେ ଉତ୍ତର ପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଆଜି ଯୋଗୀଙ୍କ ସହ କରିବେ ରାତ୍ରୀଭୋଜନ ।
ନେପାଳରୁ ଲକ୍ଷ୍ନୌ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ଯୋଗୀଙ୍କ ସହ କରିବେ ରାତ୍ରୀ ଭୋଜନ
ତେବେ କେବଳ ରାତ୍ରୀଭୋଜନ ନୁହେଁ ବରଂ ବିଜେପି ନେତୃମଣ୍ଡଳୀ ତଥା ଯୋଗୀ ସରକାରଙ୍କ କିଛି ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା ମଧ୍ୟ କରିବେ । ଆଜି ସକାଳେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆଜି ସଂନ୍ଧ୍ୟାରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ