ଓଡିଶା

odisha

ETV Bharat / bharat

'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares' - ପିଏମ କେୟାର୍ସ ଫଣ୍ଡ ସରକାରୀ ଘୋଷଣା

ପିଏମ କେୟାର୍ସ ଫଣ୍ଡକୁ ସରକାରୀ ଘୋଷିତ ମାମଲା । ସମ୍ବିଧାନର ଧାରା ୧୨ ଅନୁଯାୟୀ ସରକାରୀ ପାଣ୍ଠି ଘୋଷଣା ପାଇଁ ପିଏମ କେୟାର୍ସ ଫଣ୍ଡ ସମସ୍ତ ସର୍ତ୍ତ ପାଳନ କରେ । ବୁଧବାର ମାମଲାର ଶୁଣାଣି ବେଳେ ଏପରି କହିଲେ ଆବେଦନକାରୀଙ୍କ ଓକିଲ । ଅଧିକ ପଢନ୍ତୁ...

'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares'
'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares'

By

Published : Oct 7, 2021, 1:03 PM IST

ନୂଆଦିଲ୍ଲୀ:ପିଏମ କେୟାର୍ସ ଫଣ୍ଡକୁ 'ସରକାରୀ' ଘୋଷଣା ପାଇଁ ଦାୟର ପିଟିସନର ବୁଧବାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପିଏମ କେୟାର୍ସ ଫଣ୍ଡ 'ସରକାରୀ' ଘୋଷିତ ହେବା ଲାଗି ସେସବୁ ସର୍ତ୍ତ ଅନୁସରଣ କରେ, ଯାହା ସମ୍ବିଧାନର ଅନୁଚ୍ଛେଦ ୧୨ ଅଧିନରେ ଦର୍ଶାଯାଇଛି । ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ଆବେଦନକାରୀଙ୍କ ଓକିଲ ଶ୍ୟାମ ଡିଭାନ । ସମ୍ୟକ ଗଙ୍ଗୱାଲ ଦ୍ବାରା ଏହି ପିଟିସନ ଦାୟର ହୋଇଛି । ମୁଖ୍ୟ ବିଚାରପତି ଡିଏନ ପଟେଲ ଏବଂ ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ଏହାର ଶୁଣାଣି କରିଛନ୍ତି ।

'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares'

ଉଲ୍ଲେଖଯୋଗ୍ୟ, ଗଙ୍ଗୱାଲ ପିଏମ କେୟାର ଫଣ୍ଡ ସମ୍ପର୍କରେ କୌଣସି ତଥ୍ୟ ଜାଣିବା ପାଇଁ RTIରେ ଆବେଦନ କରିଥିଲେ । ମାତ୍ର ଏହା ଭାରତ ସରକାରଙ୍କ ଫଣ୍ଡ ନୁହେଁ ବୋଲି କୁହାଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ RTI ଆପ୍ଲିକେସନକୁ ରିଜେକ୍ଟ କରାଯାଇଥିଲା । ଏହାପରେ ଗଙ୍ଗୱାଲ PMO ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ସମ୍ବିଧାନ ଅନୁଯାୟୀ ଏହି ଫଣ୍ଡକୁ ସରକାରୀ ଘୋଷଣା କରିବାକୁ ସେ ପିଟିସନରେ ନିବେଦନ କରିଥିଲେ । ଯାହାଦ୍ବାରା ଏହାର କାର୍ଯ୍ୟପ୍ରଣାଳୀରେ ପାରଦର୍ଶିତା ରହିପାରିବ ବୋଲି ଯୁକ୍ତି ଦର୍ଶାଇଥିଲେ ଗଙ୍ଗୱାଲ । ଯାହାର ବୁଧବାର ଦିନ ପୁଣି ଶୁଣାଣି କରାଯାଇଛି ।

କୋର୍ଟରେ ଆବେଦନକାରୀଙ୍କ ଓକିଲ ଶ୍ୟାମ ଡିଭାନ ଭାରତର ଉପରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରୀ ତଥା ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କ ଦ୍ବାରା ପିଏମ କେୟାର୍ସ ଫଣ୍ଡରେ ଦାନ କରିବାକୁ କରାଯାଇଥିବା ସାର୍ବଜନିକ ଅପିଲର ଉଦାହରଣ ରଖିଛନ୍ତି । ଏହି ଅପିଲରୁ ସ୍ପଷ୍ଟ ହେଉଛି କି ପିଏମ କେୟାର୍ସ ଏକ ଜାତୀୟ ପାଣ୍ଠି, ଯାହା ଭାରତ ସରକାରଙ୍କ ଦ୍ବାରା ଗଠିତ । ଏଥିସହ ଉପରୋକ୍ତ ବରିଷ୍ଠ ବ୍ୟକ୍ତିବିଶେଷମାନେ ମଧ୍ୟ ଖୋଦ୍ କହିଛନ୍ତି କି ଏହି ପଣ୍ଡ ଭାରତ ସରକାରଙ୍କ ଅଧୀନରେ ଗଠିତ । ତେଣୁ ଏହା ସରକାରୀ ଘୋଷିତ କରାଯାଉ ବୋଲି କହିଛନ୍ତି ଆଇନଜୀବୀ ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ଆମେ କି ପିଏମ କେୟାର୍ସ ଫଣ୍ଡ ଖରାପ ବୋଲି କହୁନାହୁଁ, ହେଲେ ଏହା ସାମ୍ବିଧାନିକ ପରିସରକୁ ଆସିବା ଜରୁରୀ । ପ୍ରଧାନମନ୍ତ୍ରୀ ଏହାକୁ ସରକାରୀ ଫଣ୍ଡ ମାନୁନଥିବାବେଳେ ଉପରାଷ୍ଟ୍ରପତି, ମନ୍ତ୍ରୀମାନେ ଏହାକୁ ସରକାରୀ ଭାବୁଛନ୍ତି । ଏଥିସହ ନିଜ ପ୍ରଧାନମନ୍ତ୍ରୀ ଏହି ଫଣ୍ଡ ଗଠନ କରିଛନ୍ତି ଏବଂ ଏହାର ଚେୟାରପର୍ସନ ଅଟନ୍ତି ମଧ୍ୟ । ତେଣୁ ଏତେ ଉଚ୍ଚ ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତି ସମ୍ବିଧାନ ବାହାରେ କିପରି କୌଣସି ଢାଞ୍ଚା ତିଆରି କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ । ସାରା ବିଶ୍ବରେ ପିଏମ କେୟାର ଫଣ୍ଡକୁ ଭାରତ ସରକାରଙ୍କ ଅଂଶ ଭାବେ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି ।

କହିରଖୁଛୁ କି, ଗତ ୨୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ୟଙ୍ଗ ଗଙ୍ଗୱାଲଙ୍କ ପିଟିସନ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଆଫିଡିଭିଟ ଦାଖଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଏହି ଫଣ୍ଡ ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ଏହା କେବଳ ଏକ ଚାରିଟେବୁଲ ଟ୍ରଷ୍ଟ । ଏହି ପରିପ୍ରେକ୍ଷୀରେ ପିଏମଓଙ୍କ ଅଣ୍ଡର ସେକ୍ରେଟେରୀ ପ୍ରଦୀପ କୁମାର ଶ୍ରୀବାସ୍ତବ, ସୂଚନା ଅଧିକାର ଅନୁଯାୟୀ ସେ ତୃତୀୟ ପକ୍ଷର ସୂଚନା ଦେବାକୁ ବାଧ୍ୟ ନୁହଁନ୍ତି ବୋଲି ଆଫିଡେଭିଟରେ କହିଥିଲେ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ କରାଯିବାକୁ ଧାର୍ଯ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details