ଓଡିଶା

odisha

By

Published : May 3, 2022, 4:00 PM IST

ETV Bharat / bharat

ଡେନମାର୍କରେ ପହଞ୍ଚିଲେ ମୋଦି, ବିମାନ ବନ୍ଦରରେ ସ୍ୱାଗତ କଲେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ Mette Frederiksen

ଜର୍ମାନୀ ପରେ ଡେନମାର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବିମାନ ବନ୍ଦରରେ ସ୍ବାଗତ କଲେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ । ଆଜି ପ୍ରଧାନମନ୍ତ୍ରୀଙ୍କ ୟୁରୋପ ଗସ୍ତର ଦ୍ବିତୀୟ ଦିନ । ଅଧିକ ପଢନ୍ତୁ

ଡେନମାର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ
ଡେନମାର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ

କୋପେନହେଗନ:ୟୁରୋପ ଗସ୍ତର ଦ୍ବିତୀୟ ଦିନରେ ଆଜି (ମଙ୍ଗଳବାର) ଡେନମାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ଆଜି ଅପରାହ୍ନରେ ସେ ରାଜଧାନୀ କୋପେନହେଗନ ବିମାନ ବନ୍ଦରରେ ପହଞ୍ଚିବା ପରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ ତାଙ୍କୁ ସ୍ବାଗତ କରିଛନ୍ତି । ପରେ ବିମାନ ବନ୍ଦରର ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଛି । ଗତକାଲି ଗସ୍ତର ପ୍ରଥମ ଦିନରେ ସେ ଜର୍ମାନୀ ଗସ୍ତ କରିବା ସହ ବର୍ଲିନରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଡେନମାର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ମୋଦି । ଏକାଧିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ରଣନୈତିକ ସମ୍ପର୍କର ସୁଦୃଢୀକରଣ ଉପରେ ମତ ବିନିମୟ କରିବେ ଉଭୟ ରାଷ୍ଟ୍ରମୁଖ୍ୟ । ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଗସ୍ତର ଅନ୍ତିମ ଦିନରେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details