ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ ଦିବସ ଅର୍ଥାତ 21 ଜୁନରେ ଦେଶର 18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଜନସାଧାରଣଙ୍କୁ ମାଗଣା ଭ୍ୟାକ୍ସିନ ଯୋଗାଇବେ କେନ୍ଦ୍ର ସରକାର ।
ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି, ରାଜ୍ୟରୁ ଟୀକାକରଣ କାମ ପ୍ରତ୍ୟାହାର କରାଇନିଆଯିବ । ଏବେ କେନ୍ଦ୍ର ସରକାର ଏହି କାମ କରିବେ । ବର୍ତ୍ତମାନସୁଦ୍ଧା ଭ୍ୟାକ୍ସିନର 50 ପ୍ରତିଶତ କାମ କେନ୍ଦ୍ର ସରକାର ଓ 25 ପ୍ରତିଶତ ରାଜ୍ୟ ସରକାର ଓ 25 ପ୍ରତିଶତ ପ୍ରାଇଭେଟ ସେକ୍ଟର ହାତରେ ହେଉଛି । ଏବେ ଭ୍ୟାକ୍ସିନର 75 ପ୍ରତିଶ ଅଂଶ କେନ୍ଦ୍ର ସରକାର ଓ ବାକି ଅଂଶ ପ୍ରାଇଭେଟ ସେକ୍ଟରକୁ ମିଳିବ ।