ନୂଆଦିଲ୍ଲୀ:କୋରୋନା ପରିଚାଳନା ହେଉ କି ଟୀକାକରଣ ସମସ୍ତ ଘଟଣାକୁ କେନ୍ଦ୍ର ଉପରେ ବର୍ଷିବାରେ ଲାଗିଛି କଂଗ୍ରେସ । ବର୍ତ୍ତମାନ ସଦ୍ୟ ଜୋର ଧରିଥିବା ପେଗାସସ ମାମଲାକୁ ନେଇ ମଧ୍ୟ କେନ୍ଦ୍ରକୁ ଛାଡିନାହିଁ କଂଗ୍ରେସ । ଭାରତ ବିରୋଧରେ କେନ୍ଦ୍ର 'ପେଗାସସ୍ ସ୍ପାଇୱାର ବ୍ୟବହାର କରିଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏ ଘଟଣା ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ।
ପେଗାସସ୍ ଇସ୍ରାଏଲ ଦ୍ବାରା ପ୍ରସ୍ତୁତ ଏକ ଅସ୍ତ୍ର । ଯାହା ଆତଙ୍କବାଦୀଙ୍କ ବିରୁଦ୍ଧରେ ବ୍ୟବହାର କରାଯିବା ଉଚିତ୍ । ହେଲେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏହାକୁ ଭାରତ ଏବଂ ଆମ ଅନୁଷ୍ଠାନ ବିରୋଧରେ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ରାହୁଲ । ଏହାକୁ ସେମାନେ ରାଜନୈତିକ ସ୍ତରରେ ବ୍ୟବହାର କରିଛନ୍ତି । ସୁପ୍ରିମକୋର୍ଟ ବିରୋଧରେ ଏହାକୁ ବ୍ୟବହାର କରିଛନ୍ତି । ଦେଶର ସମସ୍ତ ଅନୁଷ୍ଠାନ ବିରୋଧରେ ଏହାର ବ୍ୟବହାର କରିଛନ୍ତି । ଏପରି କାର୍ଯ୍ୟ କରୁଥିବା ଲୋକଙ୍କୁ ଦେଶଦ୍ରୋହୀ କହିବା ଛଡା ଅନ୍ୟ କୌଣସି ଶଦ୍ଦ ନାହିଁ ।