ଓଡିଶା

odisha

ETV Bharat / bharat

ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଲାଗି ଥିବା ମାମଲା ଖାରଜ

ପଟିଦାର ସଂରକ୍ଷଣ ଆନ୍ଦୋଳନର ମୁଖ୍ୟ ତଥା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଲାଗି ଥିବା ମକଦ୍ଦମାକୁ ଖାରଜ କଲେ ଅହମ୍ମଦାବାଦ ମେଟ୍ରୋପୋଲିଟାନ କୋର୍ଟ । ଅଧିକ ପଢନ୍ତୁ

ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଲାଗି ଥିବା ମାମଲା ଖାରଜ
ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଲାଗି ଥିବା ମାମଲା ଖାରଜ

By

Published : Apr 25, 2022, 7:13 PM IST

ଗାନ୍ଧୀନଗର:ପଟିଦାର ସଂରକ୍ଷଣ ଆନ୍ଦୋଳନର ମୁଖ୍ୟ ତଥା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଥିବା ମକଦ୍ଦମାକୁ ଖାରଜ କଲେ ଅହମ୍ମଦାବାଦ ମେଟ୍ରୋପୋଲିଟାନ କୋର୍ଟ । ପଟିଦାର ସଂରକ୍ଷଣ ଆନ୍ଦୋଳନ ସମୟରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ମକଦ୍ଦମା ହାର୍ଦ୍ଦିକଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ଏଥିସହ ଗୁଜୁରାଟ ରାମୋଲ ପୋଲିସ ଷ୍ଟେସନରେ ହାର୍ଦ୍ଦିକ ଓ ଅନ୍ୟମାନଙ୍କ ନାମରେ ଥିବା ମାମଲାକୁ ପ୍ରତ୍ୟାହାର କରିବା ଲାଗି କୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ:ସୁପ୍ରିମକୋର୍ଟରୁ ହାର୍ଦ୍ଦିକ ପଟେଲଙ୍କୁ ବଡ ଆଶ୍ବସ୍ତି, ଲଢିବେ ଗୁଜୁରାଟ ନିର୍ବାଚନ

ଅନ୍ୟପଟେ ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ମଇ ୨ ତାରିଖରେ ହେବାକୁ ଥିବା ଶୁଣାଣି ବେଳେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details