ନୂଆଦିଲ୍ଲୀ: ସମ୍ପର୍କୀୟଙ୍କୁ ଛାଡିବାକୁ ସେଷ୍ଟନ ଯାଉଛନ୍ତି କି ? ପ୍ଲାଟଫର୍ମକୁ ଯିବାକୁ ଚାହୁଁଥିଲେ ଆପଣଙ୍କ ପକେଟ ଖାଲି ହୋଇଯିବ । ବାଧିବ ଟିକେଟ୍ ଦର । କାରଣ ବଢିଛି ପ୍ଲାଟଫର୍ମ ଟିକେଟ୍ । ପାର୍ବଣ ସିଜିନ ପାଇଁ ମହଙ୍ଗା ହୋଇଛି ରେଳ ଷ୍ଟେସନ ପ୍ଲାର୍ଟଫର୍ମ ଟିକେଟ୍ । 10 ଟଙ୍କାରେ ମିଳୁଥିବା ପ୍ଲାଟଫର୍ମ ଟିକଟ (Railway station platform ticket) 3ଗୁଣା ଅଧିକ ହୋଇଛି । ଦିଲ୍ଲୀ ମଣ୍ଡଳ ରେଳ ପ୍ରବଦ୍ଧକ (ଡିଆରଏମ) ପାର୍ବଣ ସିଜନରେ ଷ୍ଟେସନରେ ଗହଳିକୁ ଦୃଷ୍ଟିରେ ରଖି ଏହି ଆଦେଶ ଜାରି କରିଛନ୍ତି ।
ଦୀପାବଳୀ ଓ ଛଟ ପୂଜାରେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସହିତ ଅନ୍ୟ ରେଳ ଷ୍ଟେସନରେ ଉତ୍ତରପ୍ରଦେଶ, ବିହାର ଯିବାକୁ ଲୋକଙ୍କ ଭିଡ ହୋଇଥାଏ । ବିଶେଷ କରି ପ୍ଲାଟଫର୍ମ ଟିକଟ କିଣିବାକୁ ଲୋକଙ୍କ ଲମ୍ବା ଲାଇନ ଲାଗିଥାଏ । ଦିଲ୍ଲୀ ମଣ୍ଡଳ ରେଳ ପ୍ରବନ୍ଧକ ପାର୍ବଣ ସିଜନରେ ଲୋକଙ୍କ ଭିଡକୁ ନଜରରେ ରଖି 10ଟଙ୍କାରେ ମିଳୁଥିବା ପ୍ଲାର୍ଟଫର୍ମ ଟିକେଟ୍ ଦର ବଢାଇ 30 ଟଙ୍କା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 31 ଅକ୍ଟୋବର ଯାଏଁ 30 ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ଏହାପରେ ଡିସେମ୍ବର ପହିଲାରୁ 10 ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍ ।