ମୁମ୍ବାଇ:ମହାରାଷ୍ଟ୍ରର ଜଲଗାଁରେ ଏକ ପ୍ରଶିକ୍ଷଣ ହେଲିକପ୍ଚର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟର କ୍ରାସ ଯୋଗୁଁ ଜଣେ ପାଇଲଟର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଜଣେ ଆହତ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଟ୍ରେନିଙ୍ଗ ଏକାଡେମୀର ବୋଲି ସୂଚନା ଦେଇଛି ପୋଲିସ । ଏଥିରେ ୨ ଜଣ ଉପସ୍ଥିତ ଥିଲେ । ତେବେ ପ୍ରଶିକ୍ଷଣ ଦେଉଥିବା ପାଇଲଟର ମୃତ୍ୟୁ ହୋଇଥିବାବେଳେ ଟ୍ରେନୀ ପାଇଲଟ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।