ନୂଆଦିଲ୍ଲୀ:କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ରବିବାର କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଏବଂ କର୍ଣ୍ଣାଟକର ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହୋଇଛି ।
ରେଳ ବିଭାଗକୁ ଅଧିକ ସମୃଦ୍ଧ କରିବାକୁ ସମୁଦାୟ 88ଟି ରେଳ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରାଯାଇଛି । ଏହି ପ୍ରକଳ୍ପ ପାଇଁ 1 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ହୋଇଛି । କେରଳରେ ରେଳ ପ୍ରକଳ୍ପର ଉଦଘାଟନ କରିବା ସମୟରେ ପିୟୁଷ ଗୋଏଲ କହିଛନ୍ତି ଭାରତର ଐତିହ୍ୟ ରକ୍ଷକ ତଥା କେରଳର ରେଳୱେରେ ବିଭିନ୍ନ ସୁବିଧା ବ୍ୟବହାର କରୁଥିବା ରେଳ ଯାତ୍ରୀଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବ ।
ସେ ଆହୁରି କହିଛନ୍ତି ଆମର ପ୍ରୟାସ ହେଉଛି କେରଳ ରେଲୱେ ଭିତ୍ତିଭୂମିକୁ ସମୃଦ୍ଧ କରିବା । କେରଳକୁ ଅନ୍ୟ ଦେଶ ସଂଯୋଗ କରୁଥିବା ସମସ୍ତ ସୁବିଧାକ ବୃଦ୍ଧି କରିବା । ଆମେ ଏହି ଅଞ୍ଚଳରେ ଅଧିକ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଜ୍ବଳିତ କରିବା ସହିତ ରେଳ ନେଟୱାର୍କକୁ ପରିବର୍ତ୍ତନ କରୁଛୁ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । କେରଳ ପାଇଁ ଗୃହିତ ହୋଇଥିବା ବଜେଟ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । କେରଳ ରେଲୱେକୁ ସମୃଦ୍ଧ କରିବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ ।
କେରଳର ଫୁଟ ଓଭରବ୍ରିଜ
କେରଳରେ ତିନୋଟି ସ୍ଥାନ କୋଲାମ,କୁଣ୍ଡାରା ଓ କୋଚୁଭେଲିରେ ଓଭରବ୍ରିଜ ହୋଇଛି । ଏଥିପାଇଁ 9.56ବ୍ୟୟ ଅଟକଳ ହୋଇଛି । ଏହି ଓଭରବ୍ରିଜ ଯାତ୍ରୀମାନଙ୍କ ଗତିଶୀଳତାକୁ ବୃଦ୍ଧି କରିବ । ଷ୍ଟେସନଗୁଡିକରେ ଲାଗୁଥିବା ଭିଡରୁ ସହଜ କରିବ ଏହି ଓଭରବ୍ରିଜ ।