ଓଡିଶା

odisha

ETV Bharat / bharat

ଦିଲ୍ଲୀ ରାସ୍ତା ମଝିରେ ସୃଷ୍ଟି ହେଲା ଗର୍ତ୍ତ, ଲୋକଙ୍କୁ ସତର୍କ କଲା ପୋଲିସ - ବଡ ଗାତ

ଦୂରରୁ ଛାଇ ସଦୃଶ୍ୟ ଦେଖାଯାଉଛି ଗାତ । କିନ୍ତୁ ରାସ୍ତା ମଝିରେ ସୃଷ୍ଟି ହୋଇଛି ଏହି ବିପଦ । ଚାଳକ ସାମାନ୍ୟ ଅନ୍ୟମନସ୍କ ହେଲେ ଏଥିରେ ଖସିଯିବାର ରହିଛି ଯଥେଷ୍ଟ ସମ୍ଭାବନା । ଅଧିକ ପଢନ୍ତୁ...

ଦିଲ୍ଲୀ ରାସ୍ତା ମଝିରେ ସୃଷ୍ଟି ହେଲା ବଡ ଗାତ, ଲୋକଙ୍କୁ ସତର୍କ କଲା ପୋଲିସ
ଦିଲ୍ଲୀ ରାସ୍ତା ମଝିରେ ସୃଷ୍ଟି ହେଲା ବଡ ଗାତ, ଲୋକଙ୍କୁ ସତର୍କ କଲା ପୋଲିସ

By

Published : Jul 31, 2021, 4:13 PM IST

ନୂଆଦିଲ୍ଲୀ: ରାସ୍ତା ମଝିରେ ସୃଷ୍ଟି ହୋଇଛି ଏକ ବଡ ଗାତ । ଗାଡି ଚାଳକ ସାମାନ୍ୟ ଅନ୍ୟମନସ୍କ ହେଲେ ଏହି ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗାତରେ ପଡି ଆହତ ହେବାର ରହିଛି ଯଥେଷ୍ଟ ସମ୍ଭାବନା । ତେବେ ଏଭଳି ଗାତ ରାଜଧାନୀ ଦିଲ୍ଲୀର IIT ଫ୍ଲାଏଓଭର ତଳେ ଯାଇଥିବା ରାସ୍ତାରେ ଶନିବାର ସକାଳେ ଦେଖିବାକୁ ମିଳିଥିଲା । ଦିଲ୍ଲୀବାସୀଙ୍କୁ ଏ ସମ୍ପର୍କରେ ଟ୍ରାଫିକ ପୋଲିସ ପକ୍ଷରୁ ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଥିଲା ।

ଦିଲ୍ଲୀ ରାସ୍ତା ମଝିରେ ସୃଷ୍ଟି ହେଲା ବଡ ଗାତ, ଲୋକଙ୍କୁ ସତର୍କ କଲା ପୋଲିସ

ଏହି ଗାତ ତଳେ ଡ୍ରେନ ପାଣି ପ୍ରବାହିତ ହେଉଥିବାବେଳେ ଯାନବାହନ ଗମନାଗମନ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଥିଲା । ଏହି ରାସ୍ତାରେ ଯାଉଥିବା ଯାନବାହନକୁ ଅଲଗା ରାସ୍ତାରେ ପଠାଇଥିଲା ଦିଲ୍ଲୀ ଟ୍ରାଫିକ ପୋଲିସ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଟ୍ରାଫିକ ପୋଲିସ ଉପସ୍ଥିତ ରହି ଲୋକମାନଙ୍କୁ ସତର୍କ କରାଇଥିଲେ । ଏହି ଗାତ ଚାରିପାଖରେ ବ୍ୟାରିକେଡ ଲଗାଯାଇଥିଲା । ଏହି ଗାତ ଯୋଗୁଁ ଅଧଚିନିଠାରୁ ଆଇଆଇଟି ଯିବା ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।

ଏହି ଗାତ ବହୁତ ବଡ ଥିବାରୁ ଏଥିରେ ବଡ ଗାଡି ମଧ୍ୟ ଖସିପଡିବାର ସମ୍ଭାବନା ରହିଥିଲା । ରାସ୍ତା ମଝିରେ ଗାତଟି ସୃଷ୍ଟି ହୋଇଥିବାରୁ ଏଥିରେ କେହି ଜଣେ ସହଜରେ ପଡିଯିବାର ସମ୍ଭାବନା ଥିଲା । ତେବେ ଲୋକଙ୍କୁ ସତର୍କ କରାଇବା ସହିତ ଏହି ରାସ୍ତାରେ ଯାଉଥିବା ଯାନବାହନଗୁଡିକୁ ଅନ୍ୟ ରାସ୍ତାରେ ପଠାଇଥିଲା ଟ୍ରାଫିକ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details