ନୂଆଦିଲ୍ଲୀ: ରାଜସ୍ଥାନର ପୋଖରାନରେ ସଫଳତାର ସହ ପରୀକ୍ଷଣ ହେଲା ପିନାକା ଏମ.କେ-1 ରକେଟ ସିଷ୍ଟମ (EPRS) ଓ ପିନାକା ଏରିୟା ଡେନିଏଲ ମ୍ୟୁଟେସନ (ADM) ରକେଟ ସିଷ୍ଟମ । ଆଜି ଉଭୟ ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ମଧ୍ୟରେ ଏକାଧିକ ରେଞ୍ଜରୁ 24 ପିନାକା ରକେଟ ସିଷ୍ଟମର (EPRS) ସଫଳ ପରୀକ୍ଷଣ ଶେଷ ହୋଇଛି । ସମସ୍ତ ପରୀକ୍ଷଣ ସଠିକତାର ସହ ଲକ୍ଷ୍ୟଭେଦ କରିବା ସହ ସଫଳ ହୋଇଥିବା DRDO କହିଛି ।
Pinaka ରକେଟ ସିଷ୍ଟମ କଣ:-
ପିନାକା ରକେଟ ସିଷ୍ଟମ ଭାରତରେ ବିକଶିତ ଏକ ମଲ୍ଟି ବ୍ୟାରେଲ ରକେଟ ପ୍ରଣାଳୀ । ଏହାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ପକ୍ଷରୁ ପ୍ରସ୍ତୁତ ତଥା ବିକଶିତ କରାଯାଇଛି । ଏହାର ଏକାଧିକ ସଫଳ ପରୀକ୍ଷଣ ପରେ ଭାରତୀୟ ସେନାରେ ସାମିଲ ମଧ୍ୟ କରାଯାଇ ସରିଛି । ତେବେ ଅପଗ୍ରେଡେସନ ସହ ଏହାର ପରୀକ୍ଷଣ ମଧ୍ୟ ଜାରି ରହିଛି । ଭାରତୀୟ ପୌରାଣିକ ତଥ୍ୟ ଅନୁସାରେ ପିନାକ ମହାଦେବଙ୍କର ଧନୁର ନାମ । ଏହି ପ୍ରଣାଳୀର ମାର୍କ-1 ବର୍ଗ 40 କି.ମି ଓ ମାର୍କ-2 65 କି.ମି ଲକ୍ଷ୍ୟଭେଦ କ୍ଷମତା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ