ଲକ୍ଷ୍ନୌ:ଉତ୍ତରପ୍ରଦେଶ ବାରଣାସୀରେ ଅଘଟଣ । ୩୪ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଗଙ୍ଗା ନଦୀରେ ବୁଡିଗଲା ଡଙ୍ଗା । କିନ୍ତୁ ଅଳ୍ପକେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିବା ସୂୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଶ୍ବାଶମେଧ ଘାଟ ସମ୍ମୁଖରେ ଡଙ୍ଗାଟି ବୁଡ଼ି ଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀରୁ ଏକ ଡଙ୍ଗା ୩୪ ଜଣ ଯାତ୍ରୀଙ୍କୁ ନେଇ ବାରଣାସୀକୁ ଆସୁଥିଲା । କୌଣସି କାରଣ ବଶତଃ ଡଙ୍ଗାଟି ଦଶାଶ୍ୱାମେଧ ଘାଟ ସମ୍ମୁଖରେ ବୁଡ଼ି ଯାଇଥିଲା । ଏହା ଦେଖି ଘାଟ ନିକଟରେ ଥିବା ନାବିକ ମାନେ ନଦୀ ମଧ୍ୟକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କ ମଧ୍ୟରେ ୨ଜଣ ଗୁରୁତର ରହିଛନ୍ତି ।