ଓଡିଶା

odisha

By

Published : Jul 18, 2022, 9:22 AM IST

ETV Bharat / bharat

ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିବାଦରେ ସ୍ପାଇସ ଜେଟ, ଉଡାଣ ବନ୍ଦ ପାଇଁ ଜନସ୍ବାର୍ଥ ମାମଲା

ଉଡାଣ ଓ ଯାତ୍ରୀ ସୁରକ୍ଷା ପ୍ରୋଟୋକଲ ଉଲ୍ଲଙ୍ଘନ କରୁଛି ସ୍ପାଇସଜେଟ । ନିକଟ ଅତୀତରେ ଏକାଧିକ ଯାନ୍ତ୍ରିକ ତ୍ରୁଟି ପରେ ବିବାଦରେ ଏୟାର ଲାଇନ୍ସର ପରିଚାଳନା । ଏପରି ଅଭିଯୋଗ ସହ ଉଡାଣ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଆଜି ଶୁଣାଣି । ଅଧିକ ପଢନ୍ତୁ

ସ୍ପାଇସ ଜେଟ ଉଡାଣ ବନ୍ଦ ପାଇଁ ଜନସ୍ବାର୍ଥ ମାମଲା
ସ୍ପାଇସ ଜେଟ ଉଡାଣ ବନ୍ଦ ପାଇଁ ଜନସ୍ବାର୍ଥ ମାମଲା

ନୂଆଦିଲ୍ଲୀ:ବାରମ୍ବାର ଯାନ୍ତ୍ରିକ ତ୍ରୁଟି କାରଣରୁ ବିବାଦରେ ସ୍ପାଇସଜେଟ ଏୟାର ଲାଇନ୍ସ । ଏୟାର ଲାଇନ୍ସର ଉଡାଣ ଅନୁମତିକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ନିକଟ ଅତୀତରେ ଏକାଧିକ ଉଡାଣରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଯାତ୍ରୀଙ୍କ ସୁରକ୍ଷା କାରଣରୁ କମ୍ପାନୀର ଉଡାଣ ବନ୍ଦ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଜନସ୍ବାର୍ଥ ମାମଲାରେ ଦର୍ଶାଇଛନ୍ତି ଆବେଦନକାରୀ ।

ରାହୁଲ ଭରଦ୍ବାଜ ନାମକ ଜଣେ ବ୍ୟକ୍ତି ଓ ତାଙ୍କର 4 ବର୍ଷର ପୁଅ ଏହି ଜନସ୍ବାର୍ଥ ମାମଲାର ଆବେଦନକାରୀ ଭାବେ ରହିଛନ୍ତି । ତେବେ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦକୁ ସେମାନଙ୍କ ଯାତ୍ରାର ଟିକେଟ ମୂଲ୍ୟ ମଧ୍ୟ ରିଫଣ୍ଡ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି । ବିମାନ କମ୍ପାନୀ ସୁରକ୍ଷା ସମ୍ପର୍କିତ ସମସ୍ତ ଗାଇଡଲାଇନ ଅନୁସରଣ କରୁନାହିଁ । ଫଳରେ ଏପରି ଏକାଧିକ ଅଭାବନୀୟ ଘଟଣା ଘଟୁଛି ବୋଲି ଆବେଦନକାରୀ ଯୁକ୍ତି ବାଢିଛନ୍ତି ।

କେନ୍ଦ୍ର ସରକାର ଏଥିପ୍ରତି ଯତ୍ନଶୀଳ ହେବା ସହିତ ସ୍ବତନ୍ତ୍ର ଫାଷ୍ଟଟ୍ରାକ କମିଶନ ଗଠନ କରି ସଂସ୍ଥାର ଉଡାଣ ଅନୁମତି ଉପରେ ସମୀକ୍ଷା କରୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ତେବେ ଆଜି (ସୋମବାର) ଏହି ମାମଲା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଶୁଣାଣି ହେବା ପାଇଁ ସୂଚୀତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details