ଓଡିଶା

odisha

By

Published : Dec 23, 2022, 10:41 AM IST

ETV Bharat / bharat

ବିମାନରେ କୃପାଣ ନେଇପାରିବେ ଶିଖ୍ ଯାତ୍ରୀ, ବ୍ୟାନ ସମ୍ପର୍କିତ ଜନସ୍ବାର୍ଥ ମାମଲା ଖାରଜ

ବିମାନ ଯାତ୍ରା ସମୟରେ କୃପାଣ ଧାରଣ କରିପାରିବେ ଶିଖ୍ ଯାତ୍ରୀ । ବ୍ୟାନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଖାରଜ । ଅଧିକ ପଢନ୍ତୁ

ବିମାନରେ କୃପାଣ ନେଇପାରିବେ ଶିଖ୍ ଯାତ୍ରୀ
ବିମାନରେ କୃପାଣ ନେଇପାରିବେ ଶିଖ୍ ଯାତ୍ରୀ

ନୂଆଦିଲ୍ଲୀ:ବିମାନ ଯାତ୍ରା ସମୟରେ ସାଙ୍ଗରେ କୃପାଣ(ଛୋଟ ଖଣ୍ଡା) ନେଇପାରିବେ ଶିଖ୍ ଯାତ୍ରୀ । ବିମାନରେ କୃପାଣ ଧାରଣ ଅନୁମତି ନେଇ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯାଇଛି । ଗତକାଲି(ଗୁରୁବାର) ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି । ବିମାନରେ କୃପାଣ ନେବା ଦ୍ବାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ଦର୍ଶାଇ ହର୍ଷ ବିଭୋର ସିଙ୍ଘଲ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।

ସୂଚନା ମୁତାବକ, ବିମାନ ବନ୍ଦରରେ କାମ କରୁଥିବା ଶିଖ୍ କର୍ମଚାରୀ ଏବଂ ଘରୋଇ ବିମାନ ଯାତ୍ରା ସମୟରେ ଶିଖ୍ ସମ୍ପ୍ରଦାୟର ଯାତ୍ରୀ କୃପାଣ ଧାରଣ କରିପାରିବେ ବୋଲି ଚଳିତ ବର୍ଷ ମାର୍ଚ୍ଚ ୪ରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ଦିଆଯାଇଥିଲା । ହେଲେ ଏହି କୃପାଣର ବ୍ଲେଡ ଲମ୍ବ ୬ ଇଞ୍ଚରୁ ଅଧିକ ଏବଂ ମୋଟ ଲମ୍ବ ୯ ଇଞ୍ଚରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଦେଶ ରହିଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ ହର୍ଷ ବିଭୋର ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଝିଅର ଜନ୍ମଦିନ ପାଳନ ପାଇଁ ବିଧାନସଭାକୁ ଭଡ଼ାରେ ମାଗିଲେ ଓକିଲ ବାପା

ସେ ଯୁକ୍ତି ବାଢିଥିଲେ ଯେ, ‘‘ବିମାନ ଯାତ୍ରା ସମୟରେ କୃପାଣ ରଖିବା ସୁରକ୍ଷା ଉପରେ ବିପଦ ସୃଷ୍ଟି ହୋଇଥାଏ । ଅତୀତରେ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ବିମାନ ଅପହରଣ ପାଇଁ ଏହି ହତିଆରକୁ ବ୍ୟବହାର କରାଯାଇଛି । ସିଙ୍ଘଲ ୧୯୮୧ ଓ ୧୯୮୪ ମସିହା ବିମାନ ଅପହରଣ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।’’ କହିରଖୁଛୁ କି, ଶିଖ୍ ସମ୍ପ୍ରଦାୟର ଧାର୍ମିକ ନିୟମ ଅନୁସାରେ କୃପାଣ ଧାରଣ ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଛି ।

ABOUT THE AUTHOR

...view details