ନୂଆଦିଲ୍ଲୀ: ନିୟମିତ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ଜଣାପଡିଛି । ସିବିଆଇ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଲାଙ୍କ କାର୍ଯ୍ୟକାଳ ଚଳିତବର୍ଷ ଫେବୃଆରୀ 2 ରେ ଶେଷ ହୋଇଥିବାବେଳେ ତାଙ୍କ ବଦଳରେ ଜଣେ ମଧ୍ୟବର୍ତ୍ତୀ ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି ।
ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ରିଷି କୁମାର ଶୁକ୍ଲାଙ୍କ କାର୍ଯ୍ୟକାଳ ୨ ଫେବୃଆରୀରେ ଶେଷ ହେବା ପୂର୍ବନିର୍ଦ୍ଧାରିତ ଥିବା ସତ୍ତ୍ବେ ଚୟନ କମିଟି ଜଣେ ନିୟମିତ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇନାହିଁ । ଏହି ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଓ ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣେ ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ବ ସମ୍ଭାଳୁଛନ୍ତି ।