କୋଲକାତା: ଭାରତୀୟ ମୁଦ୍ରା ନୋଟ (INR)ରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିଛବିକୁ ସ୍ଥାନ ଦେବା ନେଇ କୋଲକାତା ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଛି ଜନସ୍ବାର୍ଥ ମାମଲା(PIL) । ଏହି ମାମଲାଟି କୌଣସି ରାଜନୈତିକ ଦଳ, ସାମାଜିକ ସଂଗଠନ କିମ୍ବା ସ୍ବେଚ୍ଛାସେବୀ ନୁହନ୍ତି ବରଂ ଜଣେ ୯୫ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ ଦାଏର କରିଛନ୍ତି ।
Images Of Netaji On Currency Note: ନୋଟରେ ନେତାଜୀଙ୍କ ପ୍ରତିଛବି ସ୍ଥାନିତ ଦାବି, ୯୫ବର୍ଷୀୟ ସ୍ବାଧୀନତା ସଂଗ୍ରାମୀଙ୍କ ଜନସ୍ବାର୍ଥ ମାମଲା - ଟଙ୍କାରେ ନେତାଜୀଙ୍କ ପ୍ରତିଛବି ଦାବି ନେଇ ଜନସ୍ବାର୍ଥ ମାମଲା
ମୁଦ୍ରା ନୋଟରେ ଗାନ୍ଧିଜୀ ସହ ନେତାଜୀଙ୍କ ପ୍ରତିଛବିକୁ ସ୍ଥାନିତ କରିବା ଦାବିରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ୯୫ ବର୍ଷିୟ ସ୍ବାଧୀନତା ସଂଗ୍ରାମୀ । କୋଲକାତା ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ
ନୋଟରେ ନେତାଜୀଙ୍କ ପ୍ରତିଛବି ସ୍ଥାନିତ ଦାବି, ୯୫ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀଙ୍କ ଜନସ୍ବାର୍ଥ ମାମଲା
ମିଳିଥିବା ସୂଚନା ଅନୁସାରେ, ଉକ୍ତ ସ୍ବାଧୀନତା ସଂଗ୍ରାମୀଜଣଙ୍କ ହେଉଛନ୍ତି, ପଶ୍ଚିମବଙ୍ଗର ହରେନ ବାଗଚି ବିଶ୍ବାସ । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବଳିଷ୍ଠ ଅବଦାନ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିଛବିକୁ କାହିଁକି ସ୍ଥାନ ଦିଆଯିବ ନାହିଁ ବୋଲି ଦାଏର କରିଥିବା ମାମଲାରେ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ମାଗିଛନ୍ତି ଆବେଦନକାରୀ ସ୍ବାଧୀନତା ସଂଗ୍ରାମୀ । ତେବେ ମାମଲାର ଶୁଣାଣି ଫେବୃଆରୀରେ ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି କୋଲକାତା ଉଚ୍ଚ ନ୍ୟାୟାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ