ମୁମ୍ବାଇ: ପୁଣି ଟ୍ବିଟରରେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କଲେ ନବାବ ମଲିକ । ଆର୍ଯ୍ୟନଙ୍କୁ କୋର୍ଟ ଜାମିନ ଦେବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ “ପିକଚର ଅଭି ବାକି ହୈ ମେରେ ଦୋସ୍ତ” ବୋଲି ଟ୍ବିଟ କରି ଲେଖିଛନ୍ତି । ତେବେ ସେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ ଶାହାରୁଖ ଖାନଙ୍କ ଏକ ଫିଲ୍ମ ଡାଏଲଗ ମାରିଥିବା ଚର୍ଚ୍ଚା ହେଉଛି ।
ମନ୍ତ୍ରୀ ନବାବ ମଲିକ ଆରମ୍ଭରୁ ମୁମ୍ବାଇ କ୍ରୁଜ୍ରେ ଏନସିବି କରିଥିବା ରେଡ୍କୁ ଫେକ କହିବା ସହ ସମୀର ବେଆଇନ ଭାବେ ଲୋକଙ୍କ ଫୋନ ଟ୍ୟାପିଂ କରିବା, ନକଲି ଦସ୍ତାବିଜ ଜରିଆରେ ଚାକିରି ପାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏଥିସହ ନବାବ ମଲିକ ମଧ୍ୟ ଯେଉଁ ଅଫିସର ଅର୍ଥାତ୍ ୱାଙ୍ଖଡେ ଆର୍ଯ୍ୟନ ଖାନ ଓ ଅନ୍ୟମାନଙ୍କୁ ଗିରଫ କରିଥିଲେ ଏବେ ସେ ମୁମ୍ବାଇ ପୋଲିସ୍ର ଗିରଫଦାରୀରୁ ରକ୍ଷା ପାଇବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଥିଲେ ।