ଓଡିଶା

odisha

ETV Bharat / bharat

Photojournalist Danish Death Case: ତାଲିବାନ ବିରୋଧରେ ICJଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର - ଦାନିଶ ସିଦ୍ଦିକି ହତ୍ୟା ଘଟଣା

ଆଫଗାନିସ୍ତାନରେ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି ହତ୍ୟା ଘଟଣାରେ ତାଲିବାନ ବିରୋଧରେ ଅନ୍ତର୍ଜାତୀୟ କୋର୍ଟରେ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର । ତାଲିବାନ ସଙ୍କଟ ସମୟରେ ରିପୋର୍ଟିଂ ସମୟରେ ହତ୍ୟାର ଶିକାର ହୋଇଥିଲେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକି । ଅଧିକ ପଢନ୍ତୁ

ତାଲିବାନ ଦ୍ବାରା ଫଟୋ ସାମ୍ବାଦିକ ହତ୍ୟା ଘଟଣା, ଅନ୍ତର୍ଜାତୀୟ କୋର୍ଟରେ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର
ତାଲିବାନ ଦ୍ବାରା ଫଟୋ ସାମ୍ବାଦିକ ହତ୍ୟା ଘଟଣା, ଅନ୍ତର୍ଜାତୀୟ କୋର୍ଟରେ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର

By

Published : Mar 22, 2022, 8:46 PM IST

ନୂଆଦିଲ୍ଲୀ:ତାଲିବାନ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟରେ ହାଜର ହେଲେ ତାଲିବାନ ସଙ୍କଟ ଓ ଗୃହଯୁଦ୍ଧ ସମୟରେ ରିପୋର୍ଟିଂ ବେଳେ ପ୍ରାଣ ହରାଇଥିବା ପୁଲିଜର ଆଓ୍ବାର୍ଡ ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ପରିବାର । ଏହି ହତ୍ୟା ପାଇଁ ତାଲିବାନର ଶୀର୍ଷସ୍ତରୀୟ କମାଣ୍ଡରଙ୍କୁ ଦାୟୀ ବୋଲି ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ ପକ୍ଷ ।

ମୃତ ଫଟୋ ସମ୍ବାଦିକ ଦାନିଶ ସିଦ୍ଦିକିଙ୍କ ପିତାମାତା ପ୍ରଫେସର ଅଖତର ସିଦ୍ଦିକି ଏବଂ ସହିଦା ଅଖତର ଏହି ମାମଲା ଦାୟର କରିଛନ୍ତି । 16 ଜୁଲାଇ 2021 ରେ ଆଫଗାନିସ୍ତାନରେ ତାଲିବାନ ସଙ୍କଟ ସମୟରେ ଦାନିଶ ସେଠାରେ ରିପୋର୍ଟିିଂ କରୁଥିଲେ । ତାଲିବାନ ଦ୍ବାରା ତାଙ୍କୁ ଅଟକ ରଖାଯିବା, ନିର୍ଯାତନା ଦିଆଯିବା ସହ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ତାଲିବାନର ଉଚ୍ଚସ୍ତରୀୟ କମାଣ୍ଡର ମଧ୍ୟ ସାମିଲ ଥିବା ଆବେଦନରେ ଦର୍ଶାଯାଇଛି ଦାନିଶଙ୍କ ଅଭିଭାବକ ।

ଆନ୍ତର୍ଜାତୀୟ ଅପରାଧିକ ଆଇନରେ ବ୍ୟାପକ ଅଭିଜ୍ଞତା ଥିବା ଆଇନଜୀବୀ ଅଭି ସିଂ ସିଦ୍ଦିକିଙ୍କ ପରିବାରର ପ୍ରତିନିଧିତ୍ବ କରୁଛନ୍ତି । ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ପରିବାରର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଆଭି ସିଂ କହିଛନ୍ତି 16 ଜୁଲାଇ, 2021 ରେ ପୁଲିଜର ଆଓ୍ବାର୍ଡ ବିଜେତା ଭାରତୀୟ ଫଟୋଗ୍ରାଫର ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ତାଲିବାନ ଦ୍ୱାରା ଅଟକ ରଖାଯାଇଥିଲା ଓ ପରେ ନିର୍ଯ୍ୟାତାନ ଦିଆଯାଇ ହତ୍ୟା କରାଯାଇଥିଲା । କେବଳ ଏହା ଏକକ ଘଟଣା ନୁହେଁ ତାଲିବାନ ସଙ୍କଟବେଳେ ଆଫଗାନିସ୍ତାନରେ ଏମିତି ଅନେକ ଘଟଣା ଘଟିଥିଲା, ଯାହା ମାନବାଧିକାରର ହତ୍ୟା ।

ଭାରତରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ରଏଟର୍ସ’ ପାଇଁ ମୁଖ୍ୟ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା 38ବର୍ଷୀୟ ସିଦ୍ଦିକି ତାଲିବାନ ସଙ୍କଟ ସମୟରେ ଆଫଗାନସ୍ତାନ ଗସ୍ତ କରି ସେଠାରେ ରିପୋର୍ଟିଂ କରୁଥିବା ସମୟର ହତ୍ୟାର ଶିକାର ହୋଇଥିଲ । କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲ୍ଡକ୍ ଜିଲ୍ଲାରେ ତାଙ୍କୁ ପ୍ରଥମେ ଅପହରଣ, ନିର୍ଯାତନା ଓ ପରେ ତାଲିବାନୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details