ଓଡିଶା

odisha

ETV Bharat / bharat

Kedarnath Dham: ମନ୍ଦିର ପରିସରରେ ବ୍ୟାନ ହେଲା ଫଟୋ ଓ ଭିଡିଓଗ୍ରାଫି - କେଦାରନାଥ ମନ୍ଦିରରେ ବ୍ୟାନ ହେଲା ମୋବାଇଲ

କେଦାରନାଥ ମନ୍ଦିର ପରିସରରେ ବ୍ୟାନ୍‌ ହେଲା ଫଟୋ ଓ ଭିଡିଓଗ୍ରାଫି । ନିକଟରେ ଭାଇରାଲ ହୋଇଥିଲା ଏକାଧିକ ଭିଡିଓ । ଜଣେ ମହିଳାଙ୍କ ଗର୍ଭଗୃହରେ ଟଙ୍କା ଉଡାଇବା ଦୃଶ୍ୟକୁ ନେଇ ଦେଶବ୍ୟାପୀ ପ୍ରକାଶ ପାଇଥିଲା ଉଦ୍‌ବେଗ । ଅଧିକ ପଢନ୍ତୁ

କେଦାରନାଥ ମନ୍ଦିର ପରିସରରେ ବ୍ୟାନ ହେଲା ଫଟୋ ଓ ଭିଡିଓଗ୍ରାଫି
କେଦାରନାଥ ମନ୍ଦିର ପରିସରରେ ବ୍ୟାନ ହେଲା ଫଟୋ ଓ ଭିଡିଓଗ୍ରାଫି

By

Published : Jul 16, 2023, 7:33 PM IST

ଡେରାଡୁନ:ନିକଟରେକେଦାରନାଥ ମନ୍ଦିରର ପରିସର ଓ ଗର୍ଭଗୃହରେ ଶ୍ରଦ୍ଧାଳୁଙ୍କ ବିଶୃଙ୍ଖଳିତ ଆଚରଣର ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରଛି । ମନ୍ଦିର ଭିତରେ ଓ ବାହାରେ ଫଟୋ ଓ ଭିଡିଓଗ୍ରାଫିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିୟମ ଉଲଙ୍ଘନ କରି କେହି ଶ୍ରଦ୍ଧଳୁ ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ଏକ ବୋର୍ଡ ମଧ୍ୟ ଲଗାଯାଇଛି ।

ମନ୍ଦିର ପରିସରରେ ବ୍ୟାନ ହେଲା ଫଟୋ ଓ ଭିଡିଓଗ୍ରାଫି

ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ଏହି ଧାମର ସ୍ବତନ୍ତ୍ର ପରିଚୟ ରହିଛି । ପ୍ରତିବର୍ଷ କେଦାରନାଥ ଓ ବଦ୍ରିନାଥ ମନ୍ଦିର ଦର୍ଶନରେ ଦେଶବ୍ୟାପୀ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ହେଲେ ନିକଟରେ ଏକାଧିକ ଭିଡିଓ ଭାଇରାଲ ହୋଇଥିଲା । କେହି କେହି ବିଶୃଙ୍ଖଳିତ ଶ୍ରଦ୍ଧାଳୁ ମନ୍ଦିର ବାହାରେ ଆପତ୍ତିଜନକ ଭିଡିଓ କରୁଥିବା ଦେଖାଯାଇଥିଲା । ଏପରିକି କେଦାରନାଥ ମନ୍ଦିର ଗର୍ଭଗୃହରେ ଜଣେ ମହିଳା ଟଙ୍କା ଉଡାଉଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

ଯାହାକୁ ନେଇ ଦେଶବ୍ୟାପୀ ଶ୍ରଦ୍ଧାଳୁ ସୋସିଆଲ ମିଡିଆରେ ମନ୍ଦିର ପ୍ରଶାସନ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅବଶ୍ୟ ପରେ ମନ୍ଦିର ପ୍ରଶାସନ ସ୍ଥାନୀୟ ପ୍ରଶାସନକୁ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠି ମଧ୍ୟ ଲେଖିଥିଲା । ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଏବେ ବଦ୍ରି-କେଦାର ମନ୍ଦିର ପ୍ରଶାସନ ଏହି କଟକଣା ଜାରି କରିବା ସହ ଶ୍ରଦ୍ଧାଳୁଙ୍କ ଅବଗତି ପାଇଁ ମନ୍ଦିର ପରିସରରେ ବୋର୍ଡ ମଧ୍ୟ ଲଗାଇଛି ।

ଏହା ମଧ୍ୟ ପଢନ୍ତୁ:-କେଦାରନାଥ ମନ୍ଦିର ଗର୍ଭଗୃହରେ ଟଙ୍କା ଉଡାଇଲେ ମହିଳା, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

ମନ୍ଦିର ପ୍ରଶାସନ ଜାରି କରିଥିବା ନିୟମ ଅନୁସାରେ, ଏବେ କେବଳ ଶୃଙ୍ଖଳିତ ତଥା ପାରମ୍ପରିକ ପୋଷାକ ପରିଧାନ କରି ଭକ୍ତ ଦର୍ଶନ ପାଇଁ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ । ମନ୍ଦିର ଗର୍ଭଗୃହରେ କିମ୍ବା ମନ୍ଦିିର ପରସରରେ ଫଟୋଗ୍ରାଫି କିମ୍ବା ଭିଡିଓଗ୍ରାଫି କରିପାରିବେ ନାହିଁ । ଯଦି ଜାରି କରାଯାଇଥିବା ନିୟମକୁ ଉଲଙ୍ଘନ କରି କେହି ଶ୍ରଦ୍ଧାଳୁ ଏପରି କରୁଥିବା ଦୃଷ୍ଟିକୁ ଆସେ, ତେବେ ପ୍ରଶାସନ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବିଳମ୍ବରେ ହେଲେ ମଧ୍ଯ ମନ୍ଦିର କମିଟିର ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ଓ ଭକ୍ତସମାଜ ସ୍ବାଗତ କରିଛନ୍ତି । ତେବେ ପ୍ରଶାସନର ଏପରି କଟକଣା ଏହାକୁ ରୋକିବାରେ କେତେ ସଫଳ ହେବ ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details