ଜୟପୁର:ରାଜସ୍ଥାନର ମେୱାଟ ଏବେ ଚର୍ଚ୍ଚାରେ । ଇତିହାସରେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ମେୱାଟ ଏବେ ଲୋକଙ୍କ ହୃହୟରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋ ପାଇଁ ଲାଇମଲାଇଟରେ ରହିଛି ମେୱାଟ । ଏହି ଅଞ୍ଚଳର ଆଇଏଏସ୍ ଅଧିକାରୀ ଜବବ ଖାନ୍ ତାଙ୍କ ପିତାମାତାଙ୍କ କାର୍ଯ୍ୟାଳୟରେ ବସାଇ ଉଠାଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି ଯାହା ଅନେକଙ୍କ ହୃଦୟ ଜିତିଛି ।
ଫଟୋରେ ଦେଖିବାକୁ ମିଳିଛି ଆଇଏଏସ ଜବବ ଖାନ୍ ତାଙ୍କ ଅଫିସର ଚେୟାରରେ ବାପାମାଆଙ୍କୁ ବସାଇଛନ୍ତି ଓ ସେ ପଛରେ ଛିଡା ହୋଇଛନ୍ତି । ପିତାମାତା ଗର୍ବିତ ମନେ କରୁଥିବା ଦେଖିବାକୁ ମିଳିଛି । ମେୱାଟର ଛୋଟ ଗାଁ ରୁନ୍ଧରୁ ଆସିଥିବା ଖାନ ଏକ ବଡ ପଦବୀରେ ପହଞ୍ଚିଛନ୍ତି । ବର୍ତ୍ତମାନ ଏସଏସପି ପଦରେ ଅଛନ୍ତି ଜବର ଖାନ (Senior Superintendent of Post Office) । ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିକିତ୍ସିତ ହେବାକୁ ଆସିଥିବା ସମୟରେ ବାପାମାଆଙ୍କ ସହ ଏହି ଫଟୋ ଉଠାଇଛନ୍ତି ଆଇଏଏସ ଅଧିକାରୀ ଜବବ ଖାନ୍ ।