ନୂଆଦିଲ୍ଲୀ:ଦେଶର ବଡ ବଡ ନେତା ତଥା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଯୋଗାଯୋଗ ନମ୍ବର ସାର୍ବଜନୀନ ହେବା ଖବର କେବେ ବି ସାମ୍ନାକୁ ଆସିନାହିଁ । ହେଲେ ଇଣ୍ଟରନେଟରେ ଉପଲବ୍ଧ ଅଛି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର । ତେବେ ଏହି ଫୋନ ନମ୍ବର ଦିନେ କି ଦୁଇ ଦିନରୁ ନୁହେଁ ବରଂ ଦୀର୍ଘ 15 ବର୍ଷ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ରହିଆସିଛି ।
15ବର୍ଷ ଧରି ଅନଲାଇନରେ ଘୁରି ବୁଲିଲା ବ୍ରିଟେନ୍ ପିଏମଙ୍କ ଫୋନ ନମ୍ବର ! - ବ୍ରିଟେନ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଫୋନ୍ ନମ୍ବର
ଇଣ୍ଟରନେଟରେ ଉପଲବ୍ଧ ଅଛି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର । ତେବେ ଏହି ଫୋନ ନମ୍ବର ଦିନେ କି ଦୁଇ ଦିନରୁ ନୁହେଁ ବରଂ ଦୀର୍ଘ 15 ବର୍ଷରୁ ଇଣ୍ଟରନେଟରେ ରହିଆସିଛି । ଅଧିକ ପଢନ୍ତୁ...
ଇଣ୍ଟରନେଟରେ 15 ବର୍ଷରୁ ଉପଲବ୍ଧ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବର !
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଫୋନ ନମ୍ବର ଇଣ୍ଟରନେଟରେ ଥିବା ରିପୋର୍ଟରେ ପ୍ରକାଶ ପାଇବା ପରେ ଦେଶର ଜାତୀୟ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ ।
ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ପକ୍ଷରୁ ଯେଉଁ ନମ୍ବର ବିଷୟରେ ଉଲ୍ଲେଖ ରହିଛି, ତାହା ଏବେ ବି କଞ୍ଜରଭେଟିଭ ପାର୍ଟି ନେତା ବୋରିସ ଜନସନ ବ୍ୟବହାର କରୁଛନ୍ତି । ଏହି ନମ୍ବର 2006ରେ ଏକ ପ୍ରେସ ବିଜ୍ଞପ୍ତିରେ ଜାରି କରାଯାଇଥିଲା । ସେତେବେଳେ ଜନସନ ବ୍ରିଟେନ ସଂସଦରେ ସାଂସଦ ଥିଲେ ।