ନୂଆଦିଲ୍ଲୀ: ସାରା ବିଶ୍ବରେ ଚାଲିଥିବା କୋରୋନା ସଙ୍କଟ ମଧ୍ୟରେ ପ୍ରଥମ ଦେଶ ଭାବେ ବ୍ରିଟେନ ଫାଇଜର କୋରୋନା ଭ୍ୟାକ୍ସିନକୁ ଟୀକାକରଣ ପାଇଁ ଅନୁମତି ଦେଇଥିଲା। କିନ୍ତୁ ସରକାରଙ୍କ ସାମ୍ନାରେ ଏବେ ଏକ ନୂଆ ସମସ୍ୟା ଉପୁଜିଛି । ଟୀକାକରଣର ପ୍ରଥମ ଦିନରେ ଦେଖିବାକୁ ମିଳିଛି ଅଘଟଣ । ଟୀକାକରଣ ବେଳେ ଦୁଇ ସ୍ବାସ୍ଥ୍ୟ କର୍ମୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ଶରୀରରେ ଭ୍ୟାକ୍ସିନର ଆଲର୍ଜି ରିଆକ୍ସନ ହୋଇଥିବା ବ୍ରିଟେନ ନ୍ୟାସନାଲ ହେଲଥ୍ ସର୍ଭିସ(ଏନଏଚଏସ୍) ପକ୍ଷରୁ ସୂଚନା ମିଳିଛି । ଯେଉଁଥିପାଇଁ ସରକାର ଆଡଭାଇଜରୀ ଜାରି କରିଛନ୍ତି। ଯେଉଁମାନଙ୍କୁ କୌଣସ ଔଷଧ, ଖାଦ୍ୟ କିମ୍ବା ଭ୍ୟାକ୍ସିନର ଆଲାର୍ଜି ଅଛି ସେମାନଙ୍କୁ ଫାଇଜର ଟିକା ଦିଆଯିବ ନାହିଁ ।
କୋରୋନା ଟିକା ନେଇ ବ୍ରିଟେନରେ ଦୁଇ ଅସୁସ୍ଥ - କୋରୋନା ଭ୍ୟାକ୍ସିନ
ପ୍ରଥମ ଦିନରେ ଟିକା ନେଇ ବ୍ରିଟେନରେ ଦୁଇ ଅସୁସ୍ଥ । ଦୁଇ ଜଣଙ୍କ ଶରୀରରେ ଭ୍ୟାକ୍ସିନର ଆଲର୍ଜି ହୋଇଥିବା ବ୍ରିଟେନ ନ୍ୟାସନାଲ ହେଲଥ୍ ସର୍ଭିସ(ଏନଏଚଏସ୍) ପକ୍ଷରୁ ସୂଚନା ମିଳିଛି। ଅଧିକ ପଢନ୍ତୁ...

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଉଭୟ ଅସୁସ୍ଥ ବ୍ୟକ୍ତି ସ୍ବାସ୍ଥ୍ୟ କର୍ମୀ ବୋଲି ଜଣାପଡିଛି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛି । କୋରୋନା ଟୀକାକରଣ ଆରମ୍ଭ ହେବାର 24 ଘଣ୍ଟା ମଧ୍ୟରେ ଏହି ବିଷୟ ସାମ୍ନାକୁ ଆସିଛି, ଯାହା ବ୍ରିଟିଶ ସରକାରଙ୍କ ଚିନ୍ତା ବଢାଇଦେଇଛି । ବ୍ରିଟେନରେ ୫୦ଟି କେନ୍ଦ୍ରରେ ଟୀକାକରଣ ହେଉଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯାଉଛି।
ବିକଶିତ କରୋନା ଭ୍ୟାକ୍ସିନ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର କରିବା ମାମଲାରେ ବ୍ରିଟେନ ବିଶ୍ବର ପ୍ରଥମ ଦେଶ। କିନ୍ତୁ ଆମେରିକା ଏଯାଏଁ ଫାଇଜର ଟିକାକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ।