ଓଡିଶା

odisha

ETV Bharat / bharat

PFIର ଠିକଣା ଉପରେ NIAର ଚଢାଉ, କାଲି ୧୨ ଘଣ୍ଟିଆ ବନ୍ଦ ଡାକରା - PFIର ଠିକଣା ଉପରେ NIAର ଚଢ଼ାଉ

ସାରା କେରଳରେ PFI (Popular Front of India) କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶୁକ୍ରବାର କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି (12 hour Bandh for NIA raids in Kerala)। ଅଧିକ ପଢ଼ନ୍ତୁ

PFIର ଠିକଣା ଉପରେ NIAର ଚଢ଼ାଉ, ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲେ କର୍ମକର୍ତ୍ତା
PFIର ଠିକଣା ଉପରେ NIAର ଚଢ଼ାଉ, ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲେ କର୍ମକର୍ତ୍ତା

By

Published : Sep 22, 2022, 9:44 PM IST

ଥିରୁଅନନ୍ତପୁରମ: ଗୁରୁବାର ସାରା କେରଳରେ PFI(Popular Front of India) କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । NIA(National Investigation Agency) ନେତୃତ୍ବରେ PFIର କର୍ଯ୍ୟାଳୟ, କର୍ମକର୍ତ୍ତାଙ୍କ ଘର ଓ ଏହି ସଂଗଠନ ସହ ଜଡ଼ିତ ଅନ୍ୟ ସ୍ଥାନଗୁଡ଼ିକ ଉପରେ ଅନେକ କେନ୍ଦ୍ରୀୟ ଏଜେନ୍ସି ଚଢ଼ାଉ କରିଥିଲେ । ଦେଶରେ ଆତଙ୍କୀ କାର୍ଯ୍ୟକଳାପକୁ ଏହି ସଂଗଠନ ସମର୍ଥନ କରୁଥିବା ଲିଡ୍‌ ପାଇବା ପରେ ଏହି ଚଢ଼ାଉ କରାଯାଇଛି । ଏହାକୁ ବିରୋଧ କରି ସାରା କେରଳରେ PFI କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି (PFI activists called 12 hour Bandh) ।

କେନ୍ଦ୍ରୀୟ ଏଜେନ୍ସି ଚଢ଼ାଉକୁ ବିରୋଧ କରି PFIର କର୍ମକର୍ତ୍ତା ଅନେକ ସ୍ଥାନରେ ରାଲି ବାହାର କରିଥିଲେ । ବିଶେଷ କରି ଯେଉଁ ସବୁ ସ୍ଥାନରେ ଚଢ଼ାଉ କରାଯାଇଛି ସେ ସବୁ ସ୍ଥାନକୁ ରାଲି କରାଯାଇଥିଲା । ଏହି ରାଲିରେ କେନ୍ଦ୍ରୀୟ ଏଜେନ୍ସି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ କରାଯାଇଥିଲା । ସେପଟେ ଲଗାତାର ଚଢ଼ାଉ ପରେ ସେହି ସବୁ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି ।

କେନ୍ଦ୍ରୀୟ ଏଜେନ୍ସି ଦେଶରେ RSS ଏଜେଣ୍ଡା ଚଳାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ ଏଜେନ୍ସି । ଏହାକୁ ନେଇ ଶୁକ୍ରବାର କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କେରଳର ରାଜଧାନୀ ଥିରୁଅନନ୍ତପୁରମ ସହ କୋଲ୍ଲାମ, କୋଟ୍ଟାୟାମ୍‌, ଏର୍ଣ୍ଣାକୁଲମ ଓ ଥ୍ରୀସୁର୍‌ରେ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା । ଏହାଛଡ଼ା ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

ସୂତ୍ର ମୁତାବକ ୧୪ଟି କାର୍ଯ୍ୟାଳୟ ମୁଖ୍ୟଙ୍କୁ ଉଠାଇ ନେଇଛି NIA । ଏଥିରେ ରାଜ୍ୟ ଜିଲ୍ଲାର ପ୍ରତିନିଧି ସାମିଲ ରହିଛନ୍ତି । ପ୍ରଥମେ ଏହାକୁ ED ପକ୍ଷରୁ ଚଢ଼ାଉ ବୋଲି ଭାବିଥିଲେ PFI ପ୍ରତିନିଧି । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚଢ଼ାଉ NIA ପକ୍ଷରୁ କରାଯାଉଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ସଭାପତି ସିପି ମହମ୍ମଦ ବାଶିର, ଜାତୀୟ ଅଧ୍ୟକ୍ଷ ଓଏମ୍‌ଏ ସଲାମ, ଜାତୀୟ ସଚିବ ନାସିରୁଦ୍ଦିନ ଏଲାମରମ ଓ ଅନ୍ୟମାନଙ୍କୁ ଉଠାଇ ନେଇଛି NIA । NIA ହେପାଜତରେ ଥିବା ସମସ୍ତ ନେତାଙ୍କୁ କୋଚିସ୍ଥିତ କାର୍ଯ୍ୟାଳୟକୁ ଅଣାଯିବ । ଚଢ଼ାଉ ବେଳେ କେତେକେ ଦସ୍ତାବିଜ୍‌ ଜବତ ହୋଇଛି । ଏହି ସବୁ ଦସ୍ତାବିଜ୍‌ PFIର ବିଭିନ୍ନ ଅଭିଯାନ ପାଇଁ ବ୍ୟବହାର କରାଯାଉଥିଲା । ଏଥିରେ କୌଣସି ସନ୍ଦେହଜନକ ଦସ୍ତାବିଜ୍‌ ନଥିବା କଥା କହିଛନ୍ତି ପ୍ରଦର୍ଶନକାରୀ ।

ABOUT THE AUTHOR

...view details