ନୂଆଦିଲ୍ଲୀ: 2 ଦିନର ବ୍ୟବଧାନ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ନିର୍ବାଚନ ସରିବା ପରେ ପେଟ୍ରୋଲ-ଡିଜେଲ ଦର ବଢିବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ହେଉଛି । ଏମିତି ଲାଗୁଛି, ଯେମିତି ନିର୍ବାଚନ ସରିବାକୁ ଅପେକ୍ଷା କରିଥିଲେ ଏହି ତୈଳ କମ୍ପାନୀ ।
ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ବୃଦ୍ଧି ପାଇ ଆଜି(ସୋମବାର) ଯଥାକ୍ରମେ ଲିଟର ପିଛା 91.53 ଟଙ୍କା ଏବଂ 82.06 ଟଙ୍କା ରହିଛି। ରବିବାର ତୁଳନାରେ ପେଟ୍ରୋଲ ଲିଟର ପିଛା 26 ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା 33 ପଇସା ବୃଦ୍ଧି ପାଇଛି ।