ନୂଆଦିଲ୍ଲୀ :ଆକାଶ ଛୁଆଁ ଦରଦାମ୍ । ତୈଳଠୁ ଆରମ୍ଭ କରିବା ପନିପରିବା, ଏଲପିଜିରେ ମହଙ୍ଗା ମାଡ । ହେଲେ ଏସବୁ ଭିତରେ ନିରବଚ୍ଛିନ୍ନ ଭାବେ ବଢିଚାଲିଛି ପେଟ୍ରୋଲ-ଡିଜେଲ ରେଟ୍ । କ୍ରମାଗତ ଷଷ୍ଠ ଦିନ ଧରି ଦର ବଢାଇଛନ୍ତି ତୈଳ କମ୍ପାନୀ । ଆଜି ମଧ୍ୟ ଦେଶରେ ପେଟ୍ରୋଲ-ଡିଜେଲ ଦର ଯଥାକ୍ରମେ ୩୫ ପଇସା ବଢିଛି । ଦେଶରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଏବେ 109.69 ଟଙ୍କା ରହିଥିବା ବେଳେ ଡିଜେଲ ଲିଟର 98.42 ଟଙ୍କାକୁ ବୃଦ୍ଧି ପାଇଛି ।
ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା 115 ଟଙ୍କା 50 ପଇସା ରହିଥିବା ବେଳେ ଡିଜେଲ 106.62ରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 110.35 ଓ 101.56 ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା 106.35 ଟଙ୍କା ଥିବା ବେଳେ ଡିଜେଲ 102.59 ଟଙ୍କା ରହିଛି । ମେ ମାସରେ ପେଟ୍ରୋଲ ମୂଲ୍ୟ 3.୮୩ ଟଙ୍କା, ଜୁନରେ ୪.୫୮ ଟଙ୍କା ଏବଂ ଜୁଲାଇରେ ୨.୭୩ ଟଙ୍କା ବୃଦ୍ଧି ପାଇଛି।