ଓଡିଶା

odisha

ETV Bharat / bharat

କମିଲା ତୈଳ ଦର: ପେଟ୍ରୋଲ 90.56 ଓ ଡିଜେଲ 80.87 - ଅପରିବର୍ତ୍ତିତ

ସରକାରୀ ତୈଳ କମ୍ପାନୀଗୁଡିକ ପକ୍ଷରୁ ବିଗତ 4ଦିନ ପରେ ଆଜି(ମଙ୍ଗଳବାର) ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିବା ଘୋଷଣା ହୋଇଛି ।

କମିଲା ତୈଳ ଦର
କମିଲା ତୈଳ ଦର

By

Published : Mar 30, 2021, 1:40 PM IST

ନୂଆଦିଲ୍ଲୀ: ଶସ୍ତା ହେଲା ପେଟ୍ରୋଲ-ଡିଜେଲ । ଜାତୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା 22 ପଇସା ଓ ଡିଜେଲ ଲିଟର ପିଛା 23 ପଇସା ହ୍ରାସ ପାଇଛି । ସରକାରୀ ତୈଳ କମ୍ପାନୀଗୁଡିକ ପକ୍ଷରୁ ବିଗତ 4ଦିନ ପରେ ଆଜି(ମଙ୍ଗଳବାର) ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିବା ଘୋଷଣା ହୋଇଛି ।

ଯେଉଁ କାରଣରୁ ଏବେ ପେଟ୍ରୋଲ ନୂଆ ମୂଲ୍ୟ ଲିଟର ପିଛା 90 ଟଙ୍କା 56ପଇସାକୁ ହ୍ରାସ ପାଇଛି । ଏଥିସହିତ ଡିଜେଲର ମୂଲ୍ୟ ଲିଟର ପିଛା 80 ଟଙ୍କା 87 ପଇସା କମିଛି ।

ଏଥିସହିତ ମୁମ୍ବାଇରେ ମଧ୍ୟ ପେଟ୍ରୋଲର ମୂଲ୍ୟ 96.98 ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 87.96 ଟଙ୍କା ରହିଛି। ମାର୍ଚ୍ଚ 24 ଏବଂ 25 ରେ ପେଟ୍ରୋଲ ଡିଜେଲ ଶସ୍ତା ହୋଇଗଲା । ତେବେ ଏହି ଦୁଇ ଦିନର ରିହାତି ହେତୁ ଦିଲ୍ଲୀରେ ପେଟ୍ରୋଲ 39 ପଇସା ଏବଂ ଡିଜେଲ 37 ପଇସା ହ୍ରାସ ପାଇଛି।

ତେବେ ପ୍ରତିଦିନ ତୈଳଦର ଅପରିବର୍ତ୍ତିତ ରହୁଥିବାବେଳେ ଗତ ଫେବୃଆରୀ ମାସର 10ରୁ 26 ଫେବୃଆରୀ ମଧ୍ୟରେ 4-5 ଟଙ୍କା ମହଙ୍ଗା ହୋଇଥିଲା ପେଟ୍ରୋଲ-ଡିଜେଲ ଦର ।

ABOUT THE AUTHOR

...view details