ଓଡିଶା

odisha

ETV Bharat / bharat

ପେଟ୍ରୋଲ ଓ ଡିଜେଲ ପରେ CNG ଦର ବୃଦ୍ଧି - ସିଏନଜି ଦର ବୃଦ୍ଧି

ଲଗାତାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ବର୍ତ୍ତମାନ ସିଏନଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଗୁରୁବାର ଡିଜେଲର ମୂଲ୍ୟ 9 ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ 35 ପଇସା ବୃଦ୍ଧି ପାଇଛି । ଏଥି ସହିତ ଦିଲ୍ଲୀରେ ସିଏନଜି ମୂଲ୍ୟ ଗୁରୁବାର ଠାରୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଦିଲ୍ଲୀରେ ସିଏନଜି କିଲୋ ପିଛା 43.40 ଟଙ୍କା ଥିଲା । ଯାହା ବର୍ତ୍ତମାନ 44.30 ଟଙ୍କାକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପେଟ୍ରୋଲ ଓ ଡିଜେଲ ପରେ ସିଏନଜି ଦର ବୃଦ୍ଧି
ପେଟ୍ରୋଲ ଓ ଡିଜେଲ ପରେ ସିଏନଜି ଦର ବୃଦ୍ଧି

By

Published : Jul 8, 2021, 10:48 AM IST

ନୂଆଦିଲ୍ଲୀ: ଲଗାତାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ବର୍ତ୍ତମାନ ସିଏନଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଗୁରୁବାର ଡିଜେଲର ମୂଲ୍ୟ 9 ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ 35 ପଇସା ବୃଦ୍ଧି ପାଇଛି । ଏଥି ସହିତ ଦିଲ୍ଲୀରେ ସିଏନଜି ମୂଲ୍ୟ ଗୁରୁବାର ଠାରୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଦିଲ୍ଲୀରେ ସିଏନଜି କିଲୋଗ୍ରାମ ପିଛା 43.40 ଟଙ୍କା ଥିଲା । ଯାହା ବର୍ତ୍ତମାନ 44.30 ଟଙ୍କାକୁ ବୃଦ୍ଧି ପାଇଛି । ଏହି କ୍ରମରେ ପିଏନଜିର ମୂଲ୍ୟ ଏସସିଏମ ପିଛା 29.66 ଟଙ୍କାରେ ପହଞ୍ଚିଛି । ନଏଡାରେ ସିଏନଜିର ମୂଲ୍ୟ ଗୁରୁବାର 49.09 ଟଙ୍କା ବୃଦ୍ଧି ପାଇଛି । ପିଏନଜିର ଘରୋଇ ମୂଲ୍ୟ ଏସସିଏମ ପିଛା 29.61 ଟଙ୍କା ହେବ ।

ପ୍ରକାଶ ଥାଉକି ବର୍ତ୍ତମାନ ଦିଲ୍ଲୀ, କୋଲକାତା, ଚେନ୍ନାଇରେ ମଧ୍ୟ ପେଟ୍ରୋଲର ମୂଲ୍ୟ 100 ଟଙ୍କା ପାର କରିଛି । କିଛି ଦିନ ପୂର୍ବରୁ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର 100 ଟଙ୍କା ପାର କରିଛି । ଅନ୍ୟ ସହରଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ରହିଛି |

ସହର ପେଟ୍ରୋଲ ଡିଜେଲ
ଦିଲ୍ଲୀ 100.21 89.53
ମୁମ୍ବାଇ 106.25 97.09
ଚେନ୍ନାଇ 101.06 94.06
କୋଲକତା 100.23 92.50

ଅନ୍ୟ ସହରରେ ପେଟ୍ରୋଲ ଓ ଡିଜେଲ ଦର

-ଭୋପାଳରେ ପେଟ୍ରୋଲ 108.52 ଟଙ୍କା ଏବଂ ଡିଜେଲ ଲିଟର ପିଛା 98.30 ଟଙ୍କା ରହିଛି।

-ରାଞ୍ଚିରେ ପେଟ୍ରୋଲର ମୂଲ୍ୟ 95.43 ଟଙ୍କା ଏବଂ ଡିଜେଲର ଲିଟର ପିଛା 94.48 ଟଙ୍କା ରହିଛି।

-ବେଙ୍ଗାଲୁରୁରେ ପେଟ୍ରୋଲର ମୂଲ୍ୟ 103.56 ଟଙ୍କା ଏବଂ ଡିଜେଲର ଲିଟର ପିଛା 94.89 ଟଙ୍କା ରହିଛି।

-ପାଟନାରେ ପେଟ୍ରୋଲର ମୂଲ୍ୟ 102.40 ଟଙ୍କା ଏବଂ ଡିଜେଲର ଲିଟର ପିଛା 94.99 ଟଙ୍କା ରହିଛି।

-ଚଣ୍ଡିଗଡ଼ରେ ପେଟ୍ରୋଲର ମୂଲ୍ୟ 96.37 ଟଙ୍କା ଏବଂ ଡିଜେଲର ଲିଟର ପିଛା 89.16 ଟଙ୍କା ରହିଛି।

-ଲକ୍ଷ୍ନୌରେ ପେଟ୍ରୋଲର ମୂଲ୍ୟ 97.33 ଟଙ୍କା ଏବଂ ଡିଜେଲର ଲିଟର ପିଛା 89.92 ଟଙ୍କା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details