ଓଡିଶା

odisha

ETV Bharat / bharat

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପେଟ୍ରୋଲ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଗୃହମନ୍ତ୍ରୀଙ୍କ ଇସ୍ତଫା - Petrol bomb hurled at Meghalaya CM Conrad Sangma's residenc

ଉତ୍ତରପୂର୍ବ ରାଜ୍ୟ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସଂଙ୍ଗାମାଙ୍କ ବାସଭବନ ଉପରକୁ ଗତ ବିଳମ୍ବିତ ରାତିରେ କେହି ଅଜଣା ଦୁବୃର୍ତ୍ତ ପେଟ୍ରୋଲ ବୋମା ପକାଇ ଫେରାର ମାରିଛନ୍ତି । ଏପଟେ ମେଘାଳୟର ପୂର୍ବତନ ବିଦ୍ରୋହୀ ନେତା ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ ରାଜ୍ୟରେ ଚାଲିଥିବା ବିଦ୍ରୋହ ମଧ୍ୟରେ ରାଜ୍ୟର ଗୃହମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପେଟ୍ରୋଲ ବମ ପିଙ୍ଗିଲେ ଦୁର୍ବୃତ୍ତ; ଗୃହମନ୍ତ୍ରୀଙ୍କ ଇସ୍ତଫା
ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପେଟ୍ରୋଲ ବମ ପିଙ୍ଗିଲେ ଦୁର୍ବୃତ୍ତ; ଗୃହମନ୍ତ୍ରୀଙ୍କ ଇସ୍ତଫା

By

Published : Aug 16, 2021, 12:53 PM IST

ସିଲଂ: ଉତ୍ତରପୂର୍ବ ରାଜ୍ୟ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସଂଙ୍ଗାମାଙ୍କ ବାସଭବନ ଉପରକୁ ଗତ ବିଳମ୍ବିତ (ରବିବାର) ରାତିରେ କେହି ଅଜଣା ଦୁବୃର୍ତ୍ତ ପେଟ୍ରୋଲ ବୋମା ପକାଇ ଫେରାର ମାରିଛନ୍ତି । ଗତ ରାତି ପାଖାପାଖି ୧୦ ଟା ବେଳେ କିଛି ଅଜଣା ଲୋକ ବାଇକରେ ଆସି ପେଟ୍ରୋଲ ବୋମା ପକାଇଥିବା ପୋଲିସ କହିଛି । ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।


ପୋଲିସ ସୂଚନା ଅନୁସାରେ ଉପର ସିଲଂ ତୃତୀୟ ମାଇଲରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ୨ ଟି ପେଟ୍ରୋଲ ଭର୍ତ୍ତି ଜାର ପିଙ୍ଗାଯାଇଥିଲା ।ଗୋଟିଏ ପାଚେରୀ ଭିତରେ ପଡିଥିବା ବେଳେ ଗୋଟିଏ ବାହାରେ ପଡିଥିଲା । ଘଟଣାକୁ ନେଇ ପୋଲିସ ତୁରନ୍ତ ଆକ୍ସନକୁ ଆସିଥିଲା ।


ଗତକାଲି ସ୍ବାଧିନତା ଦିବସ ପାଇଁ ସିଲଂରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିଲା । କିଛି କିଛି ସ୍ଥାନରେ ଭଙ୍ଗାରୁଜା ହେବାରୁ ସିଲଂ ସମେତ ଆଖପାଖର ୪ ଟି ଜିଲ୍ଲାରେ ମୋବାଇଲ ସେବା ବନ୍ଦ ରହିଛି । ଏହାସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପେଟ୍ରୋଲ ବୋମା ପକାଇବା ଘଟଣା ପୋଲିସର ଚିନ୍ତା ବଢିଛି ।




ମେଘାଳୟର ପୂର୍ବତନ ବିଦ୍ରୋହୀ ନେତା ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ ରାଜ୍ୟରେ ବଢିଚାଲିଛି ବିଦ୍ରୋହ । ଆଉ ଏହି ବିଦ୍ରୋହ ମଧ୍ୟରେ ରାଜ୍ୟର ଗୃହମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫାର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଇସ୍ତଫା ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି ସ୍ପଷ୍ଟୋକ୍ତି ଦେଇ ନାହାଁନ୍ତି । ତେବେ ଆସନ୍ତାକାଲି ସକାଳ ୫ ଟା ପର୍ଯ୍ୟନ୍ତ ସିଂଲ ସହରରେ କର୍ଫ୍ୟୁ ବଳବତ୍ତର ରହିବ ।

@

ABOUT THE AUTHOR

...view details