ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ଲିଟର ପିଛା ପେଟ୍ରୋଲ ଦର 25 ଟଙ୍କା ହ୍ରାସ, BPL ହିତାଧିକାରୀ ପାଇବେ ଲାଭ - ଝାଡଖଣ୍ଡରେ ପେଟ୍ରୋଲ ଦର

ଝାଡଖଣ୍ଡରେ ୨୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ । ହେମନ୍ତ ସୋରେନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ BPL ହିତାଧିକାରୀଙ୍କ ପାଇଁ ବଡ ଘୋଷଣା । ଅଧିକ ପଢନ୍ତୁ

ଝାଡଖଣ୍ଡରେ ୨୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ, BPL ହିତାଧିକାରୀ ପାଇବେ ଲାଭ
ଝାଡଖଣ୍ଡରେ ୨୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ, BPL ହିତାଧିକାରୀ ପାଇବେ ଲାଭ

By

Published : Dec 29, 2021, 4:24 PM IST

Updated : Dec 29, 2021, 4:44 PM IST

ରାଞ୍ଚି:ଝାଡଖଣ୍ଡରେ ୨୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ । ଝାଡଖଣ୍ଡରେ ଲିଟର ପିଛା ପେଟ୍ରୋଲ ଦର ୨୫ ଟଙ୍କା ହ୍ରାସ । ୨୦୨୨ ମସିହା ଜାନୁଆରୀ ୨୬ରୁ ଲାଗୁ ହେବ ଏହି ନୂଆ ଦର ।

ହେମନ୍ତ ସରକାରଙ୍କ ଦୁଇ ବର୍ଷ ପୂରଣ ହେବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟବାସୀଙ୍କୁ ବଡ ଭେଟି ଦେବାକୁ ଘୋଷଣା କରିଛନ୍ତି । ପେଟ୍ରୋଲରେ ମୂଲ୍ୟ ଏକାକାଳୀନ ୨୫ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି କେବଳ ୨ ଚକିଆ ଯାନ ପାଇଁ ଲାଗୁ ।

ଏହି ଶସ୍ତା ମୂଲ୍ୟର ପେଟ୍ରୋଲ କେବଳ BPL ଶ୍ରେଣୀଭୁକ୍ତ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ । ଏହି ନୂଆ ନିଷ୍ପତ୍ତି ଜାନୁଆରୀ 26 ରୁ ଲାଗୁ ହେବା ନେଇ ଝାଡଖଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 29, 2021, 4:44 PM IST

ABOUT THE AUTHOR

...view details