ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ଦିଲ୍ଲୀରେ 12 ଥର ପାଇଁ ପୁଣି ବଢିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା 39 ପଇସା ବୃଦ୍ଧି ପାଇ 90.58 ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା 37 ପଇସା ବୃଦ୍ଧି ପାଇ 80.97 ଟଙ୍କାରେ ପହଞ୍ଚିଛି ।
12 ଥର ପାଇଁ ପୁଣି ବଢିଲା ତେଲ ଦର - 12 ଥର ପାଇଁ ପୁଣି ବଢିଲା ତେଲ ଦର
ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ବେଲଗାମ ଭାବେ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଦିଲ୍ଲୀରେ 12 ଥର ପାଇଁ ପୁଣି ପେଟ୍ରୋଲ ଲିଟର ପିଛା 39 ପଇସା ବୃଦ୍ଧି ପାଇ 90.58 ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା 37 ପଇସା ବୃଦ୍ଧି ପାଇ 80.97 ଟଙ୍କାରେ ପହଞ୍ଚିଛି ।
12 ଥର ପାଇଁ ପୁଣି ବଢିଲା ତେଲ ଦର
ଶୁକ୍ରବାର ଦର ବୃଦ୍ଧି ପାଇ ଦିଲ୍ଲୀରେ ପେଟ୍ରୋଲ ଦର 90.19 ଓ ଡିଜେଲ 80.60 ଟଙ୍କାରେ ପହଞ୍ଚିଛି । ସେପଟେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର 100 ଟଙ୍କା ଅତିକ୍ରମ କରିସାରିଲାଣି ।
ସର୍ବୋପରି ମୁମ୍ବାଇରେ ତୈଳ ଦର 38 ପଇସା ବୃଦ୍ଧି ପାଇ 97 ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ 39 ପଇସା ବୃଦ୍ଧି ପାଇ 87.06ରେ ପହଞ୍ଚିଛି ।