ଓଡିଶା

odisha

କୋରୋନା ଔଷଧରୁ ଜିଏସଟି ଛାଡ ପାଇଁ ସୁପ୍ରିମକୋର୍ଟରେ ଆବେଦନ

By

Published : Apr 30, 2021, 9:02 AM IST

କୋରୋନା ମହାମାରୀ ସମୟରେ ରେମଡେସିଭିର, ଟୋସିଲିଜୁମାବ, ଫାବିପିରାଭିର ଇତ୍ୟାଦି ଔଷଧ ଓ ଉପକରଣକୁ ଜିଏସଟିରୁ ବାଦ ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ । ଅଧିକ ପଢନ୍ତୁ...

କୋରୋନା ଔଷଧରୁ ଜିଏସଟି ଛାଡ ପାଇଁ ସୁପ୍ରିମକୋର୍ଟରେ ଆବେଦନ
କୋରୋନା ଔଷଧରୁ ଜିଏସଟି ଛାଡ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏହି ମହାମାରୀ ସମୟରେ ରେମଡେସିଭିର, ଟୋସିଲିଜୁମାବ, ଫାବିପିରାଭିର ଇତ୍ୟାଦି ଔଷଧ ଓ ଉପକରଣକୁ ଜିଏସଟିରୁ ବାଦ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି । ଏହା ବ୍ୟତିତ ମେଡିକାଲ ଗ୍ରେଡ ଅକ୍ସିଜେନ, ଅକ୍ସିଜେନ କନସେଟ୍ରେଟର, ଭେଣ୍ଟିଲେଟର, ବିପି ମେସିନ, ଇତ୍ୟାଦି ରୋଗୀଙ୍କ ଚିକିତ୍ସା ପାଇଁ ଜିଏସଟି ଛାଡ କରିବାକୁ ଦାବି କରାଯାଇଛି ।

'ପବ୍ଲିକ ପଲିସି ଆଡଭୋକେଟ୍ସ' ଏନଜିଓର ପ୍ରତିଷ୍ଠାତା ପ୍ରୀତିକା କୁମାରଙ୍କ ମାଧ୍ୟମରେ କୋଭିଡ-19 ସହ ଜଡିତ ସୁପ୍ରିମକୋର୍ଟରେ ବିଚାରଧିନ ଥିବା ସ୍ବୟଂଚାଳିତ ଜ୍ଞାନ ମାମଲାରେ ଆବେଦନ କରିଛନ୍ତି । ଆବେଦନରେ କୁହାଯାଇଛି ଯେ ଏହି ଡିନିଷ ଗୁଡିକ ଉପରେ ଜିଏସଟି ଲାଗୁନହେବା ଦ୍ବାରା ମୂଲ୍ୟ ହ୍ରାସ ହେବ ଓ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ମିଳିବ ।

ABOUT THE AUTHOR

...view details