ଓଡିଶା

odisha

ବାବ୍ରୀ ମସଜିଦ ବିଧ୍ବଂସ ରାୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

By

Published : Jan 8, 2021, 5:53 PM IST

ବାବ୍ରୀ ମସଜିଦ ବିଧ୍ବଂସ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ସିବିଆଇର ସ୍ବତନ୍ତ୍ର କୋର୍ଟ 32 ଜଣଙ୍କୁ ଦୋଷମୁକ୍ତ କରିଥିଲା । ଏହାକୁ ବିରୋଧ କରି ହାଜି ମହବୁବ ନାମକ ବ୍ୟକ୍ତି ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ଅଧିକ ପଢନ୍ତୁ...

Babri Masjid demolition
ବାବ୍ରୀ ମସଜିଦ ବିଧ୍ବଂସ ରାୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ ବିଧ୍ବଂସ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ମାମଲାରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଦ୍ବାରା ସମସ୍ତଙ୍କୁ ଦୋଷମୁକ୍ତ କରାଯାଇଥିଲା । ଏହାକୁ ବିରୋଧ କରି ହାଜି ମହବୁବ ନାମକ ବ୍ୟକ୍ତି ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି ।

ବାବ୍ରୀ ମସଜିଦ ବିଧ୍ବଂସ ରାୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଗତବର୍ଷ ବାବ୍ରୀ ମସଜିଦ ଭଙ୍ଗା ମାମଲାକୁ ନେଇ ସିବିଆଇର ସ୍ବତନ୍ତ୍ର କୋର୍ଟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ,ମୁରଲୀମନୋହର ଯୋଶୀ, ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଲ ଦାସ ଓ ବିନୟ କଟିଆର ସହ ମୋଟ 32 ଜଣଙ୍କୁ ଦୋଷମୁକ୍ତ କରିଥିଲା । ଏହି ଘଟଣାକୁ ନେଇ କୋର୍ଟ କହିଥିଲା ଯେ ବାବ୍ରୀ ମସଜିଦ ଭଙ୍ଗାଯିବା ଘଟଣା ପୂର୍ବ ନିର୍ଦ୍ଧାରିତ ନଥିଲା । ଏହା କେବଳ ଭିଡ ଯୋଗୁଁ ଅଚାନକ ଘଟିଥିଲା । ଏହି ଘଟଣାରେ ଦୋଷୀ ଭାବରେ ଚିତ୍ରଣ କରାଯାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ନାହିଁ । ଏହା ସହ ଏହି ଘଟଣାରେ ଅଡିଓକୁ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସିବିଆଇ ବିଶେଷ କୋର୍ଟ ଶୁଣାଣି କରିଥିଲେ ।

ବାବ୍ରୀ ମସଜିଦ ବିଧ୍ବଂସ ରାୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ସୂଚନାଥାଉକି 6 ଡିସେମ୍ବର 1992 ମସିହାରେ ବାବ୍ରୀ ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ସିବିଆଇ ମୋଟ 49 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେମାନଙ୍କ ମଧ୍ୟରୁ 17 ଜଣ ମୃତ୍ୟୁବରଣ କରିଥିଲେ । ଏହା ପରେ 2020ରେ ସିବିଆଇର ବିଶେଷ କୋର୍ଟ ସମସ୍ତ 32 ଜଣଙ୍କୁ ଦୋଷମୁକ୍ତ କରିଥିଲା ।

ABOUT THE AUTHOR

...view details