ଓଡିଶା

odisha

By

Published : Jan 23, 2023, 7:54 PM IST

ETV Bharat / bharat

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅପିଲ, ବୃଜଭୂଷଣଙ୍କ ରୋଷେୟା ଦାଖଲ କଲେ ପିଟିସନ

WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରିଥିବା କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ ହୋଇଛି । ବୃଜଭୂଷଣ ଶରଣ ସିଂହଙ୍କ ବାସଭବନରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏହି ପିଟିସନ ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ
କୁସ୍ତି ଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ

ହାଇଦ୍ରାବାଦ: ଭାରତୀୟ କୁସ୍ତି ମହାସଂଘ(WFI) ଓ କୁସ୍ତି ଯୋଦ୍ଧାଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ନିକଟରେ WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ଜନ୍ତରମନ୍ତରଠାରେ ଆନ୍ଦୋଳନ କରିଥିବା କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ ହୋଇଛି । ଏନେଇ ବିନେଶ ଫୋଗତ ଓ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାଙ୍କ ବିରୋଧରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଯଦି କୌଣସି ମହିଳା କୁସ୍ତି ଯୋଦ୍ଧାଙ୍କର ଯୌନ ଶୋଷଣ ହୋଇଛି, ତେବେ ସେ ଥାନାରେ ଅଭିଯୋଗ କରି ତଦନ୍ତ କରାନ୍ତୁ ବୋଲି ପିଟିସନରେ ଦର୍ଶାଯାଇଛି ।

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ବିନେଶ ଫୋଗତ ଓ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ, ଆନ୍ଦୋଳନରତ କୁସ୍ତି ଯୋଦ୍ଧାମାନେ ଆଇନର ଦୁରୁପଯୋଗ କରିଛନ୍ତି ଏବଂ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛନ୍ତି । ଜଣେ ମହିଳା କୁସ୍ତି ଯୋଦ୍ଧାଙ୍କର ଯୌନ ଶୋଷଣ ଭଳି ମିଥ୍ୟା ଅଭିଯୋଗ ଆଣି ବୃଜଭୂଷଣଙ୍କର ସମ୍ମାନ ଓ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛନ୍ତି । ତେବେ ଏହି ଅଭିଯୋଗକାରୀ ହେଉଛନ୍ତି ବୃଜଭୂଷଣ ଶରଣ ସିଂହଙ୍କ ବାସଭବନରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ବିକି । ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଏହା ଥିଲା ଘଟଣା:-ନିକଟରେ ସାକ୍ଷୀ ମଲିକ, ବିନେଶ ଫୋଗତ ଓ ବଜରଙ୍ଗ ପୁନିଆଙ୍କ ସମେତ ଅନେକ ନାମିଦାମୀ କୁସ୍ତି ଯୋଦ୍ଧା ଦିଲ୍ଲୀର ଜନ୍ତରମନ୍ତରଠାରେ WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରି ଆନ୍ଦୋଳନରେ ବସିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେମାନଙ୍କର ସମସ୍ୟା ଦୂର କରାଯିବା ନେଇ ସରକାରଙ୍କ ତରଫରୁ ସେମାନଙ୍କୁ ଆଶ୍ବାସନା ମିଳିଥିଲା । ଏହାପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆସନ୍ତା ୪ ସପ୍ତାହ ପାଇଁ କୁସ୍ତି ସଙ୍ଘରୁ ଦୂରରେ ରହିବାକୁ ମଧ୍ୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details