ଥିରୁଅନନ୍ତପୁରମ: ୨ ବର୍ଷ ପରେ ଘରକୁ ଫେରିଲା ନିଖୋଜ ପୋଷା ବିଲେଇ ( Pet cat returns home after going missing for ୨ years) । ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଘରର ଠିକଣା ଭୁଲିନି ସେ । ଆଉ ଶେଷରେ ଖୋଜି ଖୋଜି ନିଜ ମାଲିକଙ୍କ ଘରେ ପହଞ୍ଚିଛି । ଆଉ ମାଲିକଙ୍କୁ ହଠାତ ସୁଖଦ ଭେଟି ଦେଇଛି । କେରଳର କୋଟ୍ଟାୟାମ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଏହି ପୋଷା ବିଲେଇକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ଦେଖିବାକୁ ମିଳିଛି ।
କୋଟ୍ଟାୟାମର ପୁଥୁପାଲ୍ଲି ନିବାସୀ ଉଷା ଓ ତାଙ୍କ ପରିବାର ବିଲେଇକୁ ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି । ତେବେ କୋରୋନା କାଳରେ ଏହି ବିଲେଇଟି କେଉଁଆଡ଼େ ନିଖୋଜ ହୋଇଯାଇଥିଲା । ଉଶାଙ୍କ ପରିବାର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ମଧ୍ୟ ନିଜ ପୋଷା ବିଲେଇକୁ ପାଇନଥିଲେ । ତେବେ ବିଲେଇଟି ନ ମିଳିବା ପରେ ସେ ତାକୁ ସବୁଦିନ ପାଇଁ ହରାଇଥିବା ପରିବାର ଭାବିଥିଲା । ମାତ୍ର ପୋଷା ବିଲେଇ ରଥିଶ ଦୀର୍ଘ ୨ ବର୍ଷ ପରେ ଘରକୁ ଫେରିଛି ।
ଏହାପରେ ସେ ସ୍ନେହ ଭାବ ଦେଖାଇବା ପୂର୍ବକ ମାଲିକଙ୍କ ଶରୀରରେ ଘଷି ହୋଇଥିଲା । ଏହାସହିତ ସେ ରଥିଶ ଡାକରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ନିଜ ମାଲିକଙ୍କ ନିକଟକୁ ଧାଇଁଛି । ରଥିଶ ପୂର୍ବରୁ ସେହି ଅଞ୍ଚଳରେ ରହୁଥିଲା । ଦୀର୍ଘ ୬ ବର୍ଷ ପୂର୍ବେ ଉଷାଙ୍କ ପରିବାର ତାକୁ ପାଳିଥିଲେ । ଏହାପରେ ସେ ଘରର ସଦସ୍ୟ ପାଲଟିଯାଇଥିଲା । ଏମିତିକି ଥରେ ଅଟୋ ସହିତ ଧକ୍କା ହେବା ପରେ ବିଲେଇ ଶରୀରରେ ଆଘାତ ଆସିଥିଲା । ତାକୁ ଠିକ କରିବା ଲାଗି ୬ ହଜାର ଖର୍ଚ୍ଚ କରିଥିଲା ଉଷାଙ୍କ ପରିବାର ।