ଓଡିଶା

odisha

ETV Bharat / bharat

ଆଜିଠୁ ପ୍ରଥମ କରି ଯୋଗ ନଗରୀ ଋଷିକେଶରୁ ଚାଲିବ ଟ୍ରେନ୍‌ - ଭାରତୀୟ ରେଳବାଇ

ନୂତନ ଷ୍ଟେସନ ଯୋଗ ନଗରୀ ଋଷିକେଶରୁ ଆଜି ଠାରୁ ରେଳ ସଞ୍ଚାଳନ ଆରମ୍ଭ ହେବ । ପ୍ରଥମ ଚରଣରେ 4ଟି ଟ୍ରେନ ଚାଲିବାର ଅନୁମତି ଦିଆଯାଇଥିବା ଯୋଗ ନଗରୀ ରେଳ ଷ୍ଟେସନର ପ୍ରବନ୍ଧକ ଜିଏସ ପରିହାର କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଜିଠୁ ପ୍ରଥମ କରି ଯୋଗ ନଗରୀ ଋଷିକେଶରୁ ଚାଲିବ ଟ୍ରେନ୍‌
ଆଜିଠୁ ପ୍ରଥମ କରି ଯୋଗ ନଗରୀ ଋଷିକେଶରୁ ଚାଲିବ ଟ୍ରେନ୍‌

By

Published : Jan 11, 2021, 8:46 AM IST

ଡେରାଡୁନ: ରେଳଯାତ୍ରୀଙ୍କ ପାଇଁ ଖୁସିର ଖବର । ନୂତନ ଷ୍ଟେସନ ଯୋଗ ନଗରୀ ଋଷିକେଶରୁ ଆଜି ଠାରୁ ରେଳ ସଞ୍ଚାଳନ ଆରମ୍ଭ ହେବ । ମୋଟ 9ଟି ଏକ୍ସପ୍ରେସ ଟ୍ରେନର ସଞ୍ଚାଳନ ଯୋଗନଗରୀ ରେଳ ଷ୍ଟେସନରୁ ଆରମ୍ଭ ହେବ । ଏଥିସହ 3ଟି ପାସେଞ୍ଜର ଟ୍ରେନ ମଧ୍ୟ ଏହି ଷ୍ଟେସନରୁ ଚାଲିବ । ସମ୍ଭାବନା ରହିଛି ଆଜି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ସବୁଜ ପତାକା ଦେଖାଇ ରେଳ ଚଳାଳଚର ଶୁଭାରମ୍ଭ କରିବେ ।

ପ୍ରଥମ ଚରଣରେ 4ଟି ଟ୍ରେନ ଚାଲିବାର ଅନୁମତି ଦିଆଯାଇଥିବା ଯୋଗ ନଗରୀ ରେଳ ଷ୍ଟେସନର ପ୍ରବନ୍ଧକ ଜିଏସ ପରିହାର କହିଛନ୍ତି। ପ୍ରଥମ ଟ୍ରେନ ଭାବେ ଆଜି ସକାଳ 10.25ରେ ଜମ୍ମୁରୁ ଏକ ଏକ୍ସପ୍ରେସ ଟ୍ରେନ ଋଷିକେଶ ପହଞ୍ଚିବ ।

ଋଷିକେଶରୁ ଜମ୍ମୁ ମଧ୍ୟରେ ଏହି ଟ୍ରେନ ସପ୍ତାହରେ କେବଳ ସୋମବାର ଦିନ ଚାଲିବ । 2ୟ ଟ୍ରେନ ପ୍ରୟାଗରାଜରୁ ଋଷିକେଶ ଚାଲିବ । ଏହି ଟ୍ରେନଟି ସପ୍ତାହରେ 3ଦିନ ହିଁ ଚାଲିବ । ସୋମବାର ଦିନ ଦିନ 1.40ରେ ଆସିବ । ଦିନ 2ଟା25ରେ ଏହି ଗାଡି ପ୍ରୟାଗରାଜ ପାଇଁ ଋଷିକେଶ ଷ୍ଟେସନ ଛାଡିବ ।

ଆଜି ପ୍ରଥମ ଦିନ 11 ଜାନୁଆରୀରେ ଏହି 2ଟି ଗାଡିର ସଞ୍ଚାଳନ ହେବ । ଷ୍ଟେସନ ପ୍ରବନ୍ଧକ ଜିଏସ ସୂଚନା ଦେଇଛନ୍ତି ଯେ, ଏହି 2ଟି ଏକ୍ସପ୍ରେସକୁ ଛାଡିଦେଲେ 3ୟ ଟ୍ରେନ ଉଦୟପୁରରୁ ଋଷିକେଶ ଚାଲିବ । ଏହି ଟ୍ରେନ ସପ୍ତାହରେ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଚାଲିବ । ସେହିପରି ହାଓ୍ବଡାରୁ ଡେରାଡୁନ ଚାଲୁଥିବା ଟ୍ରେନ ଏବେ ଯୋଗ ନଗରୀରୁ ଚାଲିବ । ଏହି ଟ୍ରେନର 14 ଜାନୁଆରୀରୁ ଚାଲିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details