ଓଡିଶା

odisha

ETV Bharat / bharat

ପିପୁଲ୍ସ ପ୍ରେସିଡେଣ୍ଟ କଲାମଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ, ଶିକ୍ଷାଦାନ ବେଳେ ନେଇଥିଲେ ଅନ୍ତିମ ନିଶ୍ୱାସ - peoples president Abdul kalam

ଦେଶର ବିଶିଷ୍ଟ ବୈଜ୍ଞାନିକ, ଜ୍ଞାନର ମୂର୍ତ୍ତୀମନ୍ତ, ପିପୁଲ୍ସ ପ୍ରେସିଡେଣ୍ଟ, ସ୍ବପ୍ନର ଶିଳ୍ପୀକାର, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାରତରତ୍ନ ଡା. ଅବୁଲ ପାକିର ଜୈନୁଲାବ୍ଦୀନ‌ ଅବଦୁଲ କଲାମ ତଥା (APJ Abdul Kalam)ଙ୍କ ର ଆଜି ସପ୍ତମ ଶ୍ରାଦ୍ଧବାର୍ଷିକୀ । ଅଧିକ ପଢନ୍ତୁ

ପିପୁଲ୍ସ ପ୍ରେସିଡେଣ୍ଟ
ପିପୁଲ୍ସ ପ୍ରେସିଡେଣ୍ଟ

By

Published : Jul 27, 2022, 7:01 AM IST

ହାଇଦ୍ରାବାଦ: ଦେଶର ବିଶିଷ୍ଟ ବୈଜ୍ଞାନିକ, ଜ୍ଞାନର ମୂର୍ତ୍ତୀମନ୍ତ, ପିପୁଲ୍ସ ପ୍ରେସିଡେଣ୍ଟ, ସ୍ବପ୍ନର ଶିଳ୍ପୀକାର, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଭାରତରତ୍ନ ଡା. ଅବୁଲ ପାକିର ଜୈନୁଲାବ୍ଦୀନ‌ ଅବଦୁଲ କଲାମ ତଥା (APJ Abdul Kalam) ଙ୍କ ର ଆଜି ସପ୍ତମ ଶ୍ରାଦ୍ଧବାର୍ଷିକୀ । 27 ଜୁଲାଇ 2015 ଆଜିର ଦିନରେ ମେଘାଳୟର ସିଂଲ ଆଇଆଇଏମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଉଥିବା ବେଳେ କଲାମ ନେଇଥିଲେ ଶେଷ ନିଶ୍ବାସ । 15 ଅକ୍ଟୋବର 1931 ମସିହାରେ ତାମିଲନାଡୁ ରାମେଶ୍ବରମ ଠାରେ ଜନ୍ମ ଗ୍ରହଣ କରିଥିବା କଲାମ ଭାରତର 11 ତମ ରାଷ୍ଟ୍ରପତି ହୋଇଥିଲେ । 2002 ରୁ 2007 ଯାଏଁ ରାଷ୍ଟ୍ରପତି ହୋଇ ଦେଶ ପାଇଁ ଆଣିଥିଲେ ଖ୍ୟାତି ।

ଦେଶବାସୀଙ୍କ ପ୍ରେରଣା ଥିଲେ କଲାମ । ଭାରତ ବର୍ଷର ସାହାସ ଥିଲେ କଲାମ । କଲାମ ଥିଲେ ଭାରତୀୟ ମିସାଇଲ କ୍ଷେତ୍ରର ଜନକ । 1998 ପୋଖରାନ-2 ଆଣିବିକ(ପରମାଣୁ) ପରୀକ୍ଷଣରେ ତାଙ୍କର ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ଖାଲି ଏତିକି ନୁହେଁ ଭାରତର ମହାକାଶ ଗବେଷଣା ଓ ମିସାଇଲ ପରୀକ୍ଷଣରେ ମଧ୍ୟ କଲାମଙ୍କ ଅବଦାନ ଅତୁଳନୀୟ । ମିସାଇଲ ପ୍ରକଳ୍ପ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ‘ମିସାଇଲ ମ୍ୟାନ’ର ଆଖ୍ୟା ପାଇଥିଲେ ଏହି ଯୁଗ ପୁରୁଷ ।

ବିଦ୍ବାନ ଥିଲେ କଲାମ । ଶିକ୍ଷାବିତ ଥିଲେ କଲାମ । ମନରେ ଥିଲା ରାଷ୍ଟ୍ରଭକ୍ତି, ଭାରତବର୍ଷକୁ ନେଇ ଦେଖିଥିଲେ ଅଜସ୍ର ସ୍ବପ୍ନ । ଖାଲି ସ୍ବପ୍ନ ଦେଖିନଥିଲେ , ସ୍ବପ୍ନ ସାକାର ମଧ୍ୟ କରୁଥିଲେ । ଶିଶୁଙ୍କର ଖୁବ ପ୍ରିୟ ଥିଲେ କଲାମ । ଅବସର ସମୟରେ ଦେଶର ଶିଶୁ ଓ ଯୁବ ପିଢିଙ୍କ ସହ ଆଲୋଚନା, ଭାବବିନିମୟ କରୁଥିଲେ । କିଛି ବଡ ଚିନ୍ତା କରିବା ପାଇଁ ଅନୁପ୍ରାଣୀତ କରୁଥିଲେ । ଜୀବନରେ ସବୁବେଳେ ବଡ ସ୍ବପ୍ନ ଦେଖିବାକୁ ପ୍ରେରଣା ଦେଉଥିଲେ । ଇଣ୍ଡିଆ 2020, ଭିଜନ ଫର ଏ ନିଉ ମିଲେନିୟମ, ମିଶନ ଅଫ ଇଣ୍ଡିଆ, ଏ ଭିଜନ ଅଫ ଇଣ୍ଡିଆନ ୟୁଥ ପରି ପ୍ରାୟ 25 ଟି ଅମୂଲ୍ୟ ପୁସ୍ତକ ରଚନା କରିଛନ୍ତି ଏହି ଯୁଗଜନ୍ମା ।

ତାଙ୍କ ପାଇଁ ଥିଲା ରାଷ୍ଟ୍ର ସର୍ବୋପରି । ରାଷ୍ଟ୍ରର ସୁରକ୍ଷା ପାଇଁ ଯେଉଁ ଅବଦାନ ଦେଇଯାଇଛନ୍ତି ତାହା କେବେ ଏହି କୃତଜ୍ଞରାଷ୍ଟ୍ର ଭୁଲିବ ନାହିଁ । କୋଟି କୋଟି ଭାରତୀୟଙ୍କୁ ଯେଉଁ ପରାମର୍ଶ ଦିଗଦର୍ଶନ ଦେଇ ଯାଇଛନ୍ତି ତାହାକୁ ପାଥେୟ କରି ଆଗକୁ ବଢିବ ଦେଶ । ନୂଆ ନୂଆ ସ୍ବପ୍ନ ଦେଖିବେ ଶିଶୁ , ଯୁବକ । ତାଙ୍କର ଦିବ୍ୟବାଣୀ, ଅମୁଲ୍ୟ ପରାମର୍ଶ ଏକ ପବିତ୍ର ଗ୍ରନ୍ଥ । ରାଷ୍ଟ୍ରପତି ତାଙ୍କର ଅବଦାନ ପାଇଁ ଏହି ଦେଶ କଲାମଙ୍କୁ ଦେଇଛି ସମ୍ମାନ କରିଛି ଶ୍ରଦ୍ଧା । ଅଜାଡି ଦେଇଛି ସ୍ନେହ ମମତା ।

ସଂକ୍ଷେପ୍ତରେ କଲାମ...

  • ଭାରତର 11 ତମ ରାଷ୍ଟ୍ରପତି ଭାବେ 2002 ରୁ 2007 ଯାଏଁ ଦାୟିତ୍ବ ନିର୍ବାହ । ଭାରତର ପ୍ରଥମ ରାଷ୍ଟ୍ରପତି ଯିଏ ଅବିବାହିତ ଓ ଶାକାହାରୀ ଥିଲେ ।
  • ଅଗ୍ନି, ପୃଥିବୀ କ୍ଷେପଣାସ୍ତ୍ରର ଜନକ । ଏହାର ବିକାଶ ଓ କାର୍ଯ୍ୟକାରିତା ପାଇଁ ତୁଳାଇଥିଲେ ବଡ ଭୂମିକା । ପାଇଥିଲେ ‘ମିସାଇଲ ମ୍ୟାନ’ ର ଆଖ୍ୟା ।
  • ଭାରତ ଓ ବିଦେଶରୁ ମୋଟ 48 ଟି ବିଶ୍ବବିଦ୍ୟାଳୟ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ଡକ୍ଟରେଟ ଡିଗ୍ରୀ ରେ ସମ୍ମାନିତ । ଯାହା ତାଙ୍କ ଜୀବନର ଥିଲା ବଡ ପୁଞ୍ଜି ।
  • କଲାମଙ୍କୁ 1981 ରେ ପଦ୍ମଭୂଷଣ, 1990 ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ବର୍ଷ 1997 ରେ ଭାରତର ସର୍ବଶ୍ରେଷ୍ଠ ବେସାମରୀକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲା ରାଷ୍ଟ୍ର ।
  • ଲଗାତାର 7 ବର୍ଷ ଧରି 1992 ରୁ 1999 ପର୍ଯ୍ଯନ୍ତ ପ୍ରଧାନମନ୍ତ୍ରୀ ତଥା ଡିଆରଡିଓ ସେକ୍ରେଟାରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶ ଦାତା ଭାବେ କରିଥିଲେ କାମ ।
  • କଲାମଙ୍କ ଆତ୍ମଜୀବନୀ ୱିଙ୍ଗ୍ସ ଅଫ ଫାୟାର ପ୍ରଥମେ ଇଂରାଜୀରେ ପ୍ରକାଶିତ ହୋଇଥିଲା । ପରେ ଏହା ଫ୍ରେଞ୍ଚ ଏବଂ ଚାଇନିଜ ସହିତ 13 ଟି ଭାଷାରେ ଅନୁବାଦ ହୋଇଛି । ତାଙ୍କ ଜୀବନ, କାର୍ଯ୍ୟ ଓ ବିଚାର ଉପରେ 6 ଟି ଅତିରିକ୍ତ ବହି ରଚନା ହୋଇଛି ।
  • ପିଲା ବେଳେ ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ସ୍କୁଲ ସମୟ ପରେ ଖବରକାଗଜ ବିକ୍ରି କରୁଥିଲେ ।
  • କଲାମ ଇସଲାମ ଧର୍ମୀ ହୋଇଥିଲେ ମଧ୍ୟ ବୀଣା ବଜାଇବାକୁ ଖୁବ ଭଲ ପାଉଥିଲେ ।
  • କଲାମ ଥିଲେ ‘ଲୋକଙ୍କ ରାଷ୍ଟ୍ରପତି’ । ଅବିବାହିତ ଥିବାରୁ ରାଷ୍ଟ୍ରପତି ଭବନରେ ନିଜେ ଏକା ହିଁ ରହୁଥିଲେ । କାର୍ଯ୍ୟକାଳ ଅବଧିରେ ଥରେ ମାତ୍ର ପରିବାର ସଦସ୍ୟଙ୍କୁ ରାଷ୍ଟ୍ରପତି ଭବନ ନିମନ୍ତ୍ରଣ କରିଥିଲେ । ପରିବାର ସଦସ୍ୟ 18 ଦିନର ରହଣି ମଧ୍ୟରେ ଖର୍ଚ୍ଚ ହୋଇଥିବା ଟଙ୍କା ନିଜ ଦରମାରୁ ଦେଇଥିଲେ ।

ଆଜି ଦେଶର ଏହି ଅମୁଲ୍ୟ ରତ୍ନଙ୍କର ସପ୍ତମ ଶ୍ରାଦ୍ଧବାର୍ଷିକୀ । ଶ୍ରାଦ୍ଧବାର୍ଷିକୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details