ଓଡିଶା

odisha

By

Published : May 11, 2021, 5:04 PM IST

ETV Bharat / bharat

ଏହି ଦୁଇ ବ୍ଲଡ୍‌ ଗ୍ରୁପ ପାଇଁ କୋଭିଡ ସଂକ୍ରମଣ ଆଶଙ୍କା ଅଧିକ: ବିଶେଷଜ୍ଞ

କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ (CSIR) ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଅନ୍ୟ ବ୍ଲଡ୍‌ ଗ୍ରୁପ୍‌ ତୁଳନାରେ ଦୁଇଟି ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷ କୋରୋନାରେ ସଂକ୍ରମିତ ହେବା ଆଶଙ୍କା ଅଧିକ । ଅଧିକ ପଢନ୍ତୁ...

ଏହି ଦୁଇ ବ୍ଲଡ୍‌ ଗ୍ରୁପ ପାଇଁ କୋଭିଡ ସଂକ୍ରମଣ ଆଶଙ୍କା ଅଧିକ: ବିଶେଷଜ୍ଞ
ଏହି ଦୁଇ ବ୍ଲଡ୍‌ ଗ୍ରୁପ ପାଇଁ କୋଭିଡ ସଂକ୍ରମଣ ଆଶଙ୍କା ଅଧିକ: ବିଶେଷଜ୍ଞ

ନୂଆଦିଲ୍ଲୀ: ସାରାଦେଶରେ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି ମହାମାରୀ କୋରୋନାର ଦ୍ବିତୀୟ ଲହର । ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଇବା ସହିତ ମୃତ୍ୟୁ ମାମଲା ମଧ୍ୟ ବଢିବାରେ ଲାଗିଛି । ଏଭଳି ସମୟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିଛି ।

କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ (CSIR) ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଅନ୍ୟ ବ୍ଲଡ୍‌ ଗ୍ରୁପ୍‌ ତୁଳନାରେ AB+ ଏବଂ B+ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷ କୋଭିଡ୍‌-୧୯ ପାଇଁ ଅଧିକ ସତର୍କ ରହିବା ଉଚିତ । କାରଣ ଏହି ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିମାନେ କରୋନାରେ ସଂକ୍ରମିତ ହେବା ଆଶଙ୍କା ଅଧିକ ।

ସେହିପରି ରିସର୍ଚ୍ଚରୁ ଜଣାପଡିଛି ଯେ, O ବ୍ଲଡ୍‌ ଗ୍ରୁପ ଥିବା ବ୍ୟକ୍ତିବିଶେଷ କୋରୋନା ସଂକ୍ରମିତ ହେବା ଆଶଙ୍କା କମ । ଅର୍ଥାତ ଏମାନଙ୍କ କ୍ଷେତ୍ରରେ କୋଭିଡ୍‌ ପ୍ରଭାବ କମ ରହିଥାଏ । O ଗ୍ରୁପର ଲୋକମାନେ କୋରୋନା ସଂକ୍ରମିତ ହେଲେ ସେମାନଙ୍କ ଶରୀରରେ ଲକ୍ଷଣ ଖୁବ କମ ଦେଖାଯାଏ । ଏହା ସହିତ, CSIR ଦ୍ୱାରା ପରିଚାଳିତ ଦେଶବ୍ୟାପୀ ସେରୋପୋଜିଟିଭିଟି ସର୍ଭେ ଉପରେ ଆଧାରିତ ଏକ ରିପୋର୍ଟ ମୁତାବିକ, ଶାକାହାରୀଙ୍କ ତୁଳନାରେ ମାଂସାହାରୀ ବ୍ୟକ୍ତିବିଶେଷଙ୍କୁ କୋରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । ଶାକାହାରୀ ଖାଦ୍ୟରେ ଅଧିକ ମାତ୍ରାରେ ଫାଇବର ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏହି ଫାଇବର ଯୁକ୍ତ ଖାଦ୍ୟ ମଧ୍ୟ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଅଟେ, ଯାହା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ ।

ଏହି ସର୍ଭେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ହଜାର ଲୋକଙ୍କର ସାମ୍ପଲକୁ ନେଇ କରାଯାଇଥିଲା । ଯେଉଁଥିରେ ପ୍ରାୟ ୧୪୦ ଜଣ ଡାକ୍ତର ମଧ୍ୟ ସାମିଲ ଥିଲେ । ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ସର୍ବାଧିକ ସଂକ୍ରମିତ AB+ ବ୍ଲଡ ଗ୍ରୁପରୁ ଆସିଛି, ଏବଂ ଏହା ପରେ B+। ଯଦିଓ O ବ୍ଲଡ୍‌ ଗ୍ରୁପ ଥିବା ବ୍ୟକ୍ତିବିଶେଷଙ୍କ ପାଖରେ ସବୁଠାରୁ କମ ସେରୋପୋଜିଟିଭିଟି ଦେଖାଯାଇଛି ।

For All Latest Updates

ABOUT THE AUTHOR

...view details