ଓଡିଶା

odisha

By

Published : Oct 24, 2022, 6:12 PM IST

ETV Bharat / bharat

Sidhu Moosewala Murder Case: ଦୀପାବଳି ପାଳିବେନି ମୁଷା ଗ୍ରାମବାସୀ !

ମୁସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ଚଳିତ ବର୍ଷ ମାନ୍‌ସା ଜିଲ୍ଲା ମୂଷା ଗ୍ରାମରେ ଦୀପାବଳି ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଚଳିତ ବର୍ଷ ମେ ମାସ ୨୯ରେ ପ୍ରସିଦ୍ଧ ପଞ୍ଜୀବ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

People Will Not Celebrate Diwali In Moosa Village Due To Sidhu Moosewala Murder
Sidhu Moosewala Murder Case: ଦୀପାବଳି ପାଳିବେନି ମୁଷା ଗ୍ରାମବାସୀ !

ଚଣ୍ଡିଗଡ଼: ଚଳିତ ବର୍ଷ ମେ’ ମାସ ୨୯ରେ ପ୍ରସିଦ୍ଧ ପଞ୍ଜୀବ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡରେ କିଛି ଗ୍ୟାଙ୍ଗ୍‌ର ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ସିଦ୍ଧୁ ମୁସେୱାଲାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ଚଳିତ ବର୍ଷ ମାନ୍‌ସା ଜିଲ୍ଲା ମୂଷା ଗ୍ରାମରେ ଦୀପାବଳି ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

ଚଳିତ ବର୍ଷ ମୂଷା ଗ୍ରାମରେ କଳା ଦୀପାବଳି ପାଳିବାକୁ ନିଷ୍ପତ୍ତି ହୋଇଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଏଥିପାଇଁ ଚଳିତ ବର୍ଷ ଗ୍ରାମରେ କୌଣସି ବ୍ୟକ୍ତି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ତାଛଡ଼ା ଗ୍ରାମରେ କେହି ଦୀପଟିଏ ମଧ୍ୟ ଜାଳିବେ ନାହିଁ । ଏହାକୁ ନେଇ ସିଦ୍ଧୁମୁସେୱାଲାଙ୍କ ବାପା କହିଛନ୍ତି, "ସିଦ୍ଧୁଙ୍କ ହତ୍ୟାକାଣ୍ଡ ନେଇ ସରକାରଙ୍କ ପକ୍ଷରୁ ନ୍ୟାୟ ଆଶା ଆମେ ଆଉ କରି ପାରୁନୁ । ଏଥିପାଇଁ ଚଳିତ ବର୍ଷ କଳା ଦୀପାବଳି ପାଳିବାକୁ ଆମେ ଗ୍ରାମବାସୀଙ୍କୁ ଅପିଲ୍‌ କରିଥିଲୁ । ଏଥିପାଇଁ ଗ୍ରାମରେ କେହି ବି ଦୀପାବଳି ପାଳିବେ ନାହିଁ ।"

ଏହା ବି ପଢ଼ନ୍ତୁ:Sidhu Moosewala Murder Case: ଚମ୍ପଟ ମାରିଲା ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁ

ଏହାରି ମଧ୍ୟରେ ଏହି ହତ୍ୟାକାଣ୍ଡର ଏକ ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁ ପୋଲିସ ହେପାଜତରୁ ଚମ୍ପଟ ମାରିଥିଲା । ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଟିମ୍‌ ମୁତୟନ କରି ପୁନଃ ଧରିବାକୁ ସକ୍ଷମ ହୋଇଥିଲା । ଦୀପକକୁ ଖସାଇବାରେ କିଛି ପୋଲିସ କର୍ମୀ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଇଥିଲା ।

ଗତ ମେ ୨୯ ତାରିଖରେ କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ କିଛି ଦୁର୍ବୃତ୍ତ ଦିନଦ୍ବିପ୍ରହରରେ ଗୁଳିକରି ହତ୍ୟା କରିଥିଲେ । ତାଙ୍କୁ ଦିଆଯାଇଥିବା ସୁରକ୍ଷା ହଟାଯିବାର ଗୋଟିଏ ଦିନ ପରେ ହିଁ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ପଏଣ୍ଟ ବ୍ଲାଙ୍କ୍‌ ରେଞ୍ଜ୍‌ରେ ତାଙ୍କୁ ଗୁଳି କରାଯାଇଥିଲା । ହସ୍ପିଟାଲ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଉପରେ ମୋଟ ୩୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା ।

ତଦନ୍ତ ପରେ ଏହି ଘଟଣା ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ହାତ ଥିବା ଜଣା ପଡ଼ିଥିଲା । ଏହାପରେ ତାର ଘନିଷ୍ଠ ଗୋଲ୍ଡି ବ୍ରାର ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ବର୍ତ୍ତମାନ ସେ କାନାଡାରେ ଥିବା କୁହାଯାଉଛି । ଇଣ୍ଟରପୋଲ ସହ ଯୋଗାଯୋଗ କରି ପୋଲିସ ବ୍ରାର୍‌ ବିରୁଦ୍ଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛି ।

ABOUT THE AUTHOR

...view details