ଓଡିଶା

odisha

ETV Bharat / bharat

ସଜଡା ହୋଇଥିଲା କୋକେଇ, ଜୁଇକୁ ଯିବା ପୂର୍ବରୁ ଉଠି ବସିଲେ 102 ବର୍ଷୀୟା ବୃଦ୍ଧା - ଶେଷକୃତ୍ୟ ପୂର୍ବରୁ ଆଖି ଖେଲିଲେ ବୃଦ୍ଧା

ଅନ୍ତିମ ସଂସ୍କାର ପୂର୍ବରୁ ହଠାତ୍‌ ଆଖି ଖୋଲିଲେ ମହିଳା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମ୍ପର୍କୀୟ । କାନ୍ଦ ବୋବାଳି ଜାଗାରେ ଶୁଭିଲା ହସ । ଜାଣନ୍ତୁ କେଉଁଠିକାର ଘଟଣା

Old woman alive before funeral
Old woman alive before funeral

By

Published : Feb 2, 2023, 2:01 PM IST

ଡେରାଡୁନ: ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା ହୋଇଥିଲା । ପୁରା ପରିବେଶ କାନ୍ଦ ବୋବାଳିରେ ଫାଟି ପଡୁଥିଲା । ଅନ୍ତିମ ସଂସ୍କାର ପାଇଁ ବନ୍ଧୁ ପରିଜନ ମଧ୍ୟ ଉପସ୍ଥିତ ରହିଥିଲେ । ଦାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଥିଲା । ହେଲେ ଏହି ସମୟରେ ଏପରି ଏକ ଘଟଣା ଘଟିଲା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ହଠାତ୍‌ ଆଖି ଖୋଲିଲେ ମୃତ ଘୋଷଣା ହୋଇଥିବା ମହିଳା । ଦୁଃଖର ମାହୋଲ ଖୁସିରେ ପରିଣତ ହୋଇଥିଲା । ଉତ୍ତରାଖଣ୍ଡ ମଙ୍ଗଲୋରର କୋତବାଲୀ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: Sheikh Rashid Ahmed Arrested: ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶେଖ ରସିଦ୍ ଅହମ୍ମଦ ଗିରଫ

ଡାକ୍ତର ମଧ୍ୟ ମୃତ ଘୋଷଣା କରିଥିଲେ: ମାଙ୍ଗାଲୋର ଅଞ୍ଚଳର ନରସାନ ଖୁର୍ଦ ନିବାସୀ ବିନୋଦଙ୍କ ୧୦୨ ବର୍ଷୀୟ ମାଆ ଗତ କିଛି ଦିନ ହେବ ଅସୁସ୍ଥ ରହିଥିଲେ । ଏହାରି ଭିତରେ ହଠାତ୍‌ ସେ ବେହୋସ୍‌ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ଘରକୁ ଡାକ୍ତର ଡକାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାରରେ ଦୁଃଖର ଲହରି ଖେଳିଯାଇଥିଲା । ତେବେ ଏହି ଖବର ଶୁଣି ସମ୍ପର୍କୀୟମାନେ ଘରେ ପହଞ୍ଚିଥିଲେ । ଏହା ପରେ ମହିଳାଙ୍କ ଶେଷ ରୀତିନୀତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ତେବେ ମୃତଦେହକୁ ଜୁଇକୁ ନେବା ସମୟରେ ହଠାତ ଥରିଥିଲା ବୃଦ୍ଧଙ୍କ ଶରୀର । ଏହାପରେ ଲୋକେ ବୃଦ୍ଧାଙ୍କ ଶରୀରକୁ ଛୁଇଁ ଡାକିବାକୁ ସେ ଆଖି ଖୋଲିଥିଲେ ।

ଏହା ମଧ୍ୟ ପଢନ୍ତୁ: Parliament Budget Session: ହିଣ୍ଡନବର୍ଗ ରିପୋର୍ଟ ନେଇ କମ୍ପିଲା ଗୃହ, ୨ଟା ଯାଏଁ ଉଭୟ ଗୃହ ମୁଲତବୀ

ପ୍ରଥମେ ଶୋକ, ତା’ପରେ ଖୁସିର ବାତାବରଣ: ତେବେ ବୃଦ୍ଧାଙ୍କର ମୃତ୍ୟୁ ଖବରରେ ପରିବେଶ ପୁରା କାନ୍ଦ ଚିତ୍କାରରେ ଫାଟି ପଡୁଥିବା ବେଳେ ହଠାତ ଖୁସିର ଲହରି ଖେଳିଗଲା । ଏନେଇ ବୃଦ୍ଧାଙ୍କ ପୁଅ ବିନୋଦ କହିଛନ୍ତି," ମାଆ ଆମ ଗ୍ରାମର ସବୁଠାରୁ ବୟସ୍କା । ଗ୍ରାମରେ ସମସ୍ତେ ମାଆଙ୍କୁ ସମସ୍ତେ ବେଶ ଭଲ ପାଉଥିଲେ । ବର୍ତ୍ତମାନ ତାଙ୍କର ବଞ୍ଚିବା ଖବର ଶୁଣି ଗ୍ରାମବାସୀ ଖୁସି ମନାଉଛନ୍ତି । ସେ ପୂର୍ବପରି ଖାଇବା ପିଇବା ମଧ୍ୟ କରୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details