ଚେନ୍ନାଇ:ବର୍ତ୍ତମାନ ଲୋକମାନେ ତତକ୍ଷଣାତ୍ ନ୍ୟାୟ ଆଶା କରୁଛନ୍ତି । କିନ୍ତୁ ସେମାନେ ଚିନ୍ତା କରନ୍ତି ନାହିଁ ଯେ ତୁରନ୍ତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ପ୍ରକୃତ ନ୍ୟାୟ ପ୍ରଦାନ ପ୍ରକ୍ରୟାକୁ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ବା କ୍ଷତି ପହଞ୍ଚାଇ ପାରେ । ଗତକାଲି (ରବିବାର) ଚେନ୍ନାଇର ମାଡ୍ରାସ ଉଚ୍ଚ ନ୍ୟାୟାଳରେ ଏକ ଭିତ୍ତିପ୍ରସ୍ତର ସ୍ଥାପନ ସାମାରୋହକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଏନ.ଭି ରମଣା ଏପରି ଆଶଙ୍କା ପ୍ରକାଶ କରିଛନ୍ତି ।
ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଥିଲେ ନ୍ୟାୟ କେବଳ ଏକ ସାମ୍ବିଧାନିକ କର୍ତ୍ତବ୍ୟ ନୁହେଁ ବରଂ ସାମାଜିକ ଉତ୍ତରଦାୟିତ୍ବ ମଧ୍ୟ । ତେଣୁ ମାମଲାର ଶୁଣାଣି ବେଳେ ବିଚାରପତି ମଧ୍ୟ ବାସ୍ତବିକତା ପ୍ରତି ଜାଗୃତ ହେବା ଉଚିତ । ସାମାଜିକ ଗତିଶୀଳତା ଓ ପରିବର୍ତ୍ତିତ ସ୍ଥିତିର ଆବଶ୍ୟକତା ଅନୁସାରେ ବିଚାରପତିମାନେ ମାମଲାକୁ ତର୍ଜମା କରିବା ଆବଶ୍ୟକ ।