ନୂଆଦିଲ୍ଲୀ:ଆଜି (ରବିବାର) ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଦେଶବାସୀଙ୍କୁ ବୀର ଯବାନଙ୍କ ଗାଥା, ବଳିଦାନ ବିଷୟରେ କହିଛନ୍ତି । ଏହା ସହିତ ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ନୀତି ଏକ କୀଟ ପରି । କୀଟ ପରି ଦୁର୍ନୀତି ଦେଶକୁ ଫମ୍ପା କରିଦିଏ । ଦେଶକୁ ଦୁର୍ନୀତିମୁକ୍ତ କରିବା ପାଇଁ ୨୦୪୭ ଯାଏଁ ଅପେକ୍ଷା କାହିଁକି । ଆମ ସମସ୍ତ ଯୁବପିଢୀକୁ ଏକତ୍ରୀତ ହୋଇ ଶୀଘ୍ର ଦେଶକୁ ଦୁର୍ନୀତି କବଳରୁ ରକ୍ଷା କରିବାକୁ ପଡିବ ।
ଏଥିପାଇଁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ପଡିବ । ଯେଉଁଠି କର୍ତ୍ତବ୍ୟ ପାଳନ ସର୍ବୋପରି ଅଟେ ସେଠି ଦୁର୍ନୀତିର ସ୍ଥାନ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ମନ କି ବାତରେ ଦେଶରେ କୋଣ ଅନୁକୋଣରୁ ୧ କୋଟିରୁ ଅଧିକ ଯୁବପୀଢି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଜରିଆରେ ମନର କଥା ଲେଖିଛନ୍ତି ଯାହା ଅବିସ୍ମରଣୀୟ ବୋଲି କହିଛନ୍ତି ମୋଦି । ସେଥିରୁ ପ୍ରମାଣିତ ହେଉଛି ଯେ ଦେଶର ଭବିଷ୍ୟତ ପାଇଁ ଆମର ନୂଆ ପୀଢିର ଚିନ୍ତାଧାର କେତେ ଉନ୍ନତ ଓ ବ୍ୟାପକ ବୋଲି କହିଛନ୍ତି ମୋଦି ।
ଉତ୍ତରପ୍ରଦେଶର ଜଣେ ବାଳିକା ନବ୍ୟା ବର୍ମା ପୋଷ୍ଟକାର୍ଡ ବିଷୟରେ ମୋଦି କହିଥିଲେ ଯେ ସେ 2047 ସୁଦ୍ଧା ଦୁର୍ନୀତିମୁକ୍ତ ଭାରତ ଦେଖିବାକୁ ଚାହୁଁଛନ୍ତି । ଆପଣ ଦୁର୍ନୀତିମୁକ୍ତ ଭାରତ ବିଷୟରେ କଥା ହୋଇଛନ୍ତି। ଦୁର୍ନୀତି ଏକ କୀଟ ସଦୃଶ । ଯାହା ଦେଶକୁ ଖୋଳ କରିଦିଏ । ଏଥିରୁ ମୁକ୍ତି ପାଇବା ପାଇଁ 2047 କୁ ଅପେକ୍ଷା କାହିଁକି । ଆମ ସମସ୍ତ ଯୁବପିଢୀକୁ ଏକତ୍ରିତ ହୋଇ ଶୀଘ୍ର ଦେଶକୁ ଦୁର୍ନୀତି କବଳରୁ ରକ୍ଷା କରିବାକୁ ପଡିବ । ଏଥିପାଇଁ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ସହିତ ବୀର ଶହୀଦ ଯବାନଙ୍କ ପ୍ରତୀକ ଜାତୀୟ ଯୁଦ୍ଧ ସ୍ମାରକୀ । ଅମର ଯବାନ ଜ୍ୟୋତି ଭଳି ଆମ ଶହୀଦଙ୍କର ପ୍ରେରଣା, ଯୋଗଦାନ ଅମର ଅଟେ । ଯେତେବେଳେ ବି ସୁଯୋଗ ପାଉଛନ୍ତି ଜାତୀୟ ଯୁଦ୍ଧ ସ୍ମାରକୀ ନିଶ୍ଚିନ୍ତ ଯାଆନ୍ତୁ । ଯେଉଁଠାରେ ଏକ ଅଲଗା ଉର୍ଜା ଓ ପ୍ରେରଣା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ କି ବାତ୍ କାର୍ଯ୍ୟକ୍ରମରେ ଅବସର ନେଇଥିବା ବିରାଟ ବିଷୟରେ କହିଛନ୍ତି ମୋଦି। ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକ ଘୋଡା ବିରାଟ ଯିଏକି ଜାନୁଆରୀ ୨୬ରେ ୧୩ ବର୍ଷର ସେବା ପରେ ଅବସର ନେଇଛି । ୨୦୦୩ରେ ବିରାଟ ରାଷ୍ଟ୍ରପତି ଭବନ ଆସିଥିଲା ।