ଓଡିଶା

odisha

By

Published : Apr 14, 2022, 12:44 PM IST

ETV Bharat / bharat

ଆଶ୍ଚର୍ଯ୍ୟ ! ସନ୍ଧ୍ୟା ନଇଁଲେ ଏହି ଗାଁରେ ଚାଲିଯାଉଛି ଦୃଷ୍ଟିଶକ୍ତି

ଉତ୍ତରପ୍ରଦେଶରେ ଅଜଣା ରୋଗର ଶିକାର ହେଉଛନ୍ତି ଲୋକେ । ସନ୍ଧ୍ୟା ହେଲେ ଦୃଷ୍ଟି ଶକ୍ତି ହରାଉଛନ୍ତି ଲୋକେ । ୧୦୦ଟି ପରିବାର ମଧ୍ୟରୁ ୫୦ ଜଣ ସନ୍ଧ୍ୟା ହେଲେ ହରାଉଛନ୍ତି ଦୃଷ୍ଟି ଶକ୍ତି, ଜାଣନ୍ତୁ ଏହା ପଛରେ କଣ ରହିଛି ସମସ୍ୟା । ଅଧିକ ପଢନ୍ତୁ

ଏହି ଗ୍ରାମରେ ସନ୍ଧ୍ୟା ହେଲେ ଲୋକେ ହରାଉଛି ଦୃଷ୍ଟି ଶକ୍ତି, କଣ ରହିଛି ଏହାର କାରଣ ?
ଏହି ଗ୍ରାମରେ ସନ୍ଧ୍ୟା ହେଲେ ଲୋକେ ହରାଉଛି ଦୃଷ୍ଟି ଶକ୍ତି, କଣ ରହିଛି ଏହାର କାରଣ ?

ଲକ୍ଷ୍ନୌ: ଟିକିଏ ଭାବନ୍ତୁତ ଯଦି ଜଣେ ବ୍ୟକ୍ତିଙ୍କ ଆଖି ଖରାପ ହୋଇଯିବ ସେ କେତେ ଅସୁବିଧାର ସମ୍ମୁଖୀନ ହେଉଥିବେ । ନା ସେ ଦେଖିପାରିବେ ନା ନିଜ କାମ ନିଜେ କରିପାରିବେ, ଫଳରେ ଅନ୍ୟ ଉପରେ ଭରସା କରି ପ୍ରତ୍ୟେକଟି କାମ କରିବାକୁ ପଡେ । ଉତ୍ତରପ୍ରଦେଶରେ ଏପରି ଏକ ଗାଁ ରହିଛି ଯେଉଁଠାରେ ସନ୍ଧ୍ୟା ହେବା ମାତ୍ର ଦୁନିଆକୁ ଦେଖିବା ଅସମ୍ଭବ ହୋଇପଡୁଛି ।

ଆଶ୍ଚର୍ଯ୍ୟ ! ସନ୍ଧ୍ୟା ନଇଁଲେ ଏହି ଗାଁରେ ଚାଲିଯାଉଛି ଦୃଷ୍ଟିଶକ୍ତି

ଅଜଣା ରୋଗ କାରଣରୁ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁଶୀନଗର ବିକାଶଖଞ୍ଜର ସୁକୋଲିର ମଠ ସୁରଜଗିରି ଗାଁ ଲୋକେ । ଏଠାରେ ଥିବା ୧୦୦ଟି ପରିବାର ମଧ୍ୟରୁ ୫୦ ଜଣ ଏହି ଅଜଣା ରୋଗରେ ପୀଡିତ । ଆଖିକୁ ଭଲଭାବେ ଦେଖାଯାଉନଥିବାରୁ ସନ୍ଧ୍ୟା ହେଲେ ଆଖି ଆଗରେ ଯେମତି କଳା ଚାଦାର ଢାଙ୍କି ହୋଇଯାଉଛି । ଏହି କାରଣରୁ ବାହାରକୁ କାମ କରିବାକୁ ଯାଉଥିବା ଲୋକେ ସନ୍ଧ୍ୟା ହେବା ମାତ୍ର ଘରକୁ ଫେରିଆସିଥାନ୍ତି ।

ସୁକୋଲି ବ୍ଲକର ମଠସୁରଜ ଗିରିରରେ ମୁନ୍ନୀ ଦେବୀ ନାମକ ଜଣେ ମହିଳା ତାଙ୍କ ୩ ପୁଅ ଓ ଝିଅକୁ ନେଇ ବାସ କରନ୍ତି । ପରିବାରରେ ୩ପୁଅଙ୍କୁ ଅଜଣା ରୋଗକାରଣରୁ ଅବସ୍ଥା ଏପରି ଯେ ସକାଳ ହେଲେ ସୂର୍ଯ୍ୟଙ୍କ ଆଲୋକ ଯୋଗୁଁ ସେମାନେ ଦୁନିଆ ଦେଖିପାରନ୍ତି, କିନ୍ତୁ ସନ୍ଧ୍ୟା ହେଲେ ସବୁକିଛି ତାଙ୍କ ପାଇଁ ଅନ୍ଧାର ହୋଇଯାଏ । ମୁନ୍ନୀ ଦେବୀଙ୍କ ସ୍ବାମୀ ଗତ ୮ବର୍ଷ ହେଲା ମୃତ୍ୟୁବରଣ କରିଥିବାରୁ ଏବେ ପୁରା ପରିବାରର ବୋଝ ତାଙ୍କ ଉପରେ ।

ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ବଡପୁଅକୁ ୮ବର୍ଷ ହୋଇଥିଲା ସେହି ସମୟରେ ସେ ସନ୍ଧ୍ୟା ହେବା ମାତ୍ରେ ତା ପାଇଁ ଦୁନିଆ ଦେଖିବା ଅସମ୍ଭବ ହୋଇପଡିଥିଲା । ପୁଅ ଅନ୍ଧ ହୋଇଯିବା ଭୟରେ ତାଙ୍କୁ ହସ୍ପିଟାଲ ନେଇଥିଲେ , କିନ୍ତୁ ଡାକ୍ତର ଏହାର କାରଣ ମଧ୍ୟ ଜାଣିପାରିନଥିଲେ । ଏହାପରେ ତାଙ୍କ ମଝିଆ ପୁଅ ଓ ସାନ ପୁଅଙ୍କର ମଧ୍ୟ ସମାନ ସମସ୍ୟା ଦେଖା ଦେଲା । ତେବେ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ବେଳେ କେହି ଅଧିକାରୀ ମଧ୍ୟ ତାଙ୍କ ଦୁଃଖ ଶୁଣିନଥିବା ସେ କହିଛନ୍ତି ।

ସାନ ପୁଅ ଅମିତଙ୍କ ବୟସ ଏବେ ୧୩ ବର୍ଷ ହୋଇଥିବା ବେଳେ ସେ ଯେତେବେଳେ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିଲେ ଏହି ସମସ୍ୟା ଦେଖା ଦେଇଥିଲା । ଫଳରେ ଆଖିକୁ ନଦେଖା ଯିବା କାରଣରୁ ସେ ପାଠ ପଢା ବନ୍ଦ କରିଦେଇଥିଲେ । ସେହିପରି ମଝିଆ ପୁଅ ଅମରଙ୍କ ବୟସ ଏବେ ୧୯ ବର୍ଷ ହୋଇଥିବା ବେଳେ ତାଙ୍କୁ ଦିନରେ କମ ଦେଖାଉଥିବା ବେଳେ ରାତିରେ କିଛି ଦେଖିବା ସମ୍ଭପର ହୋଇପାରୁନାହିଁ । ବଡ ପୁଅ ଖୁସିହାଲଙ୍କ ବୟସ ଏବେ ୨୧ ବର୍ଷ ହୋଇଥିବା ବେଳେ ଏହି ଅଜଣା ରୋଗ କାରଣରୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ଯେତେବେଳେ ବାହାରକୁ କାମ କରିବାକୁ ଯାଆନ୍ତି ଆଖିକୁ ନଦେଖାଯିବା ହେତୁ ସନ୍ଧ୍ୟା ପୂର୍ବରୁ ଫେରିବାକୁ ପଡେ । ଫଳରେ ଆମକୁ କାମ ଦେଉଥିବା ମାଲିକ ବିରକ୍ତି ପ୍ରକାଶ କରୁଥିବା ସେ କହିଛନ୍ତି । କେବଳ ଏହି ୩ ଭାଇ ନୁହନ୍ତି ଗ୍ରାମର ପ୍ରାୟ ୫୦ଜଣ ଏଭଳି ଅଜଣା ରୋଗର ଶିକାର ହୋଇଛନ୍ତି ।

ଏହି ଅଜଣା ରୋଗ ନେଇ ଜିଲ୍ଲା ଡାକ୍ତରଖାନାର ସିଏମ୍ଏସ୍ ଏସ୍.କେ ଭର୍ମା ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପ୍ରଥମେ ଏହାକୁ ବଂଶଗତକାରଣ କହୁଥିଲେ । କିନ୍ତୁ ପରେ ଏହା ଗ୍ରାମର ଅନେକ ଲୋକଙ୍କ ନିକଟରେ ଦେଖା ଦେବାରୁ ଉକ୍ତ ଅଞ୍ଚଳକୁ ଏକ ଟିମ୍ ମଙ୍ଗଳବାର ପଠାଯାଇଛି । ଅନୁସନ୍ଧାନ ପରେ ଏହାର ପ୍ରକୃତ କାରଣ କଣ ତାହା ଜଣାପଡିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହି ଘଟଣା ଜାମିବା ପରେ ହାଟା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ମୋହନ ବର୍ମା ସହଯୋଗର ହାତ ବଢାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details