ଓଡିଶା

odisha

ମୋଦିଙ୍କ ସହ ଅଛନ୍ତି କର୍ଣ୍ଣାଟକବାସୀ, ବିଜେପି 150ରୁ ଅଧିକ ଆସନ ଜିତିବ କହିଲେ ଧର୍ମେନ୍ଦ୍ର

By

Published : Feb 23, 2023, 9:30 PM IST

କର୍ଣ୍ଣାଟକରେ ଦଳର ରାଜ୍ୟ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ରାଜ୍ୟବାସୀ ମୋଦିଙ୍କ ସୁଶାସନ ଦେଖିଛନ୍ତି । ଚଳିତଥର ଦଳ 150 ରୁ ଅଧିକ ଆସନ ଜିତି ସରକାର ଗଠନ କରିବ । ଅଧିକ ପଢନ୍ତୁ

ମୋଦିଙ୍କ ସହ କର୍ଣ୍ଣାଟକବାସୀ, ବିଜେପି 150 ଜିତିବ କହିଲେ ଧର୍ମେନ୍ଦ୍ର
ମୋଦିଙ୍କ ସହ କର୍ଣ୍ଣାଟକବାସୀ, ବିଜେପି 150 ଜିତିବ କହିଲେ ଧର୍ମେନ୍ଦ୍ର

ମୋଦିଙ୍କ ସହ ଅଛନ୍ତି କର୍ଣ୍ଣାଟକବାସୀ, ବିଜେପି 150 ରୁ ଅଧିକ ଆସନ ଜିତିବ କହିଲେ ଧର୍ମେନ୍ଦ୍ର

ବେଙ୍ଗାଲୁରୁ:କର୍ଣ୍ଣାଟକର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି 150 ରୁ ଅଧିକ ଆସନରେ ନିର୍ବାଚନ ଜିତି କ୍ଷମତା ବଜାୟ ରଖିବା ନେଇ ଆଶା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଦଳର ରାଜ୍ୟ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି (ଗୁରୁବାର) କର୍ଣ୍ଣାଟକ ଗସ୍ତରେ ଥିବା ଧର୍ମେନ୍ଦ୍ର କହିଛନ୍ତି, ‘‘ରାଜ୍ୟରେ ଗତ ଦଶନ୍ଧି ଧରି ଭାରତୀୟ ଜନତା ପାର୍ଟି ଭଲ ସ୍ଥିତିରେ ରହିଛି । ରାଜ୍ୟବାସୀ ପ୍ରଧାନମନ୍ତ୍ରୀଙ୍କ ସହ ରହିଛନ୍ତି, ତାଙ୍କ ଶୁଶାସନକୁ ମଧ୍ୟ ଦେଖିଛନ୍ତି । ରାଜ୍ୟରେ ୟାଦ୍ଦିରପ୍ପା ଓ ବାମ୍ମାଇ ସରକାରରେ ମଧ୍ୟ ଅନେକ କାମ ହୋଇଛି । ଯାହା ଫଳରେ ଚଳିତଥର ମଧ୍ୟ ଲୋକେ ବିଜେପିକୁ ଭୋଟ ଦେବାକୁ ଯାଉଛନ୍ତି । ବିଜେପି ଏଥର 150 ରୁ ଅଧିକ ଆସନ ଜିତି ରାଜ୍ୟରେ ପୁଣି ସରକାର ଗଠନ କରିବ ।’’

ଆହୁରି ମଧ୍ଯ ଧର୍ମେନ୍ଦ୍ର କହିଛନ୍ତି, ନିକଟରେ ପ୍ରଧାନମନ୍ତ୍ରୀ ଏକାଧିକ ଥର କର୍ଣ୍ଣାଟକ ଗସ୍ତରେ ଆସିସାରିଛନ୍ତି । ଆଗକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଏକାଧିକ ଗସ୍ତ କରିବାର ରହିଛି । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ପାର୍ଟି ମୁଖ୍ୟ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମହାସଚିବ ଅରୁଣ ସିଂ ମଧ୍ୟ ଏକାଧିକ ଥର କର୍ଣ୍ଣାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ସମସ୍ତେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ । ଦଳ ଏଥର ଭଲ ପ୍ରଦର୍ଶନ କରିବାକୁ ଯାଉଛି ।

ତେବେ ବିଜେପି ଶାସିତ ବଡ ରାଜ୍ୟ ତାଲିକାରେ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ରହିଛି । ଦକ୍ଷିଣ ଭାରତରେ କର୍ଣ୍ଣାଟକ ଦଳର କ୍ଷମତାରେ ଥିବା ଏକମାତ୍ର ରାଜ୍ୟ ମଧ୍ୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ରାଜ୍ୟରେ ଦଳର ପ୍ରଭାରୀ ରହିଥିବା ବେଳେ ଚଳିତ ନିର୍ବାଚନ ପୂର୍ବରୁ ଦଳ ଆଉ ଦୁଇଜଣ ସହ-ପ୍ରଭାରୀଙ୍କୁ ମଧ୍ୟ ଦାୟିତ୍ବ ଦେଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ଯ ଓ ତାମିଲନାଡୁର ପ୍ରଦେଶ ବିଜେପି ସଭାପତି କେ.ଆନ୍ନାମଲ୍ଲାଇ ସହ-ପ୍ରଭାରୀ ଭାବେ ଦାୟିତ୍ବ ପାଇଛନ୍ତି । ଚଳିତ ବର୍ଷ ଶେଷଭାଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି ଏବେ ଠାରୁ ତାର ନିର୍ବାଚନୀ ରଣନୀତି ଆରମ୍ଭ କରିସାରିଛି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ଥର କର୍ଣ୍ଣାଟକ ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସାଙ୍ଗକୁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ଆଗକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ହେଭିଓ୍ବେଟ ନେତାଙ୍କର ଏକାଧିକ ଗସ୍ତ ରହିଥିବା ପ୍ରଭାରୀ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ସିଦ୍ଧରମୈୟାଙ୍କ ନେତୃତ୍ବାଧୀନ କଂଗ୍ରେକୁ କ୍ଷମତାରୁ ଦୂରେଇ ବିଜେପି ୟାଦ୍ଦିରୋପ୍ପାଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା । ପରେ ଦଳ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରି ୟାଦ୍ଦିରୋପ୍ପା ସରକାରରେ ଗୃହମନ୍ତ୍ରୀ ଥିବା ବଶବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଚଳିତ ନିର୍ବାଚନ ମଧ୍ୟ ଦଳ ବୋମ୍ମାଇଙ୍କ ନେତୃତ୍ବରେ ଲଢିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details