ଓଡିଶା

odisha

ମାର୍ଚ୍ଚ 1ରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, କୋ-ୱିନ ପଞ୍ଜୀକରଣ ବାଧ୍ୟତାମୂଳକ

By

Published : Feb 26, 2021, 10:15 PM IST

ଦ୍ବିତୀୟ ପର୍ଯ୍ୟାୟରେ ଯେଉଁମାନେ ଟିକା ନେବାକୁ ଯାଉଛନ୍ତି ସେମାନଙ୍କୁ କୋ ୱିନ ଆପ୍‌ରେ କରିବାକୁ ପଡିବ ପଞ୍ଜୀକରଣ । ଏନେଇ ମାର୍ଚ୍ଚ ପହିଲାରୁ ପଞ୍ଜୀକରଣ ଆରମ୍ଭ ହେବ । ଅଧିକ ପଢନ୍ତୁ...

ମାର୍ଚ୍ଚ 1ରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, କୋ-ୱିନ ପଞ୍ଜୀକରଣ ବାଧ୍ୟତାମୂଳକ
ମାର୍ଚ୍ଚ 1ରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, କୋ-ୱିନ ପଞ୍ଜୀକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁମାନେ ଟିକା ନେବାକୁ ଯାଉଛନ୍ତି ସେମାନଙ୍କୁ କୋ ୱିନ ଆପ୍‌ରେ କରିବାକୁ ପଡିବ ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ଏମ୍ପାୱାର୍ଡ ଗ୍ରୁପ ଚେୟାରମ୍ୟାନ ଆରଏସ ଶର୍ମା । ତେବେ ଉଭୟ ଅନଲାଇନ ଓ ଅନ ଦ ସ୍ପଟ ପଞ୍ଜୀକରଣ ସୁବିଧା କୁହାଯାଇଛି ।

ଦ୍ବିତୀୟ ପର୍ଯ୍ୟାୟରେ ସରକାରୀ କେନ୍ଦ୍ରରେ ମାଗଣା ଟୀକାକରଣ ହେବ । ଅନ୍ୟପକ୍ଷେ ଯେଉଁମାନେ ବେସରକାରୀ ଡାକ୍ତରଖାନାରେ ଟୀକା ନେବେ ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ ।

କ'ଣ ଏହି କୋ-ଓ୍ବିନ 20 ଆପ ?

  • କୋ-ୱିନ ହେଉଛି ଏକ ଡିଜିଟାଲ ପ୍ଲାଟଫର୍ମ ଯିଏକି କୋଭିଡ-19 ଟୀକାକରଣ ଅଭିଯାନକୁ ସୁବିଧାଜନକ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି।
  • ଏହି ମୋବାଇଲ ଆପ ଭ୍ୟାକସିନ ତଥ୍ୟକୁ ରେକର୍ଡ କରେ ଏବଂ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଡାଟାବେସ ଗଠନ ପ୍ରକ୍ରିୟା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଉନ୍ନତ ପର୍ଯ୍ୟାୟରେ ଅଛି ।
  • କୋ-ୱିନ, ନୂତନ ଆପ ଯାହା ମାଗଣା ଡାଉନଲୋଡ ପାଇଁ ଉପଲବ୍ଧ ହେବ, ଇଲେକ୍ଟ୍ରୋନିକ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ (eVIN)ର ଏକ ଅପଗ୍ରେଡ ସଂସ୍କରଣ ।
  • ସରକାର କୋ-ଓ୍ବିନ 20କୁ କୋଭିଡ-19 ଟିକା ବଣ୍ଟନ ପାଇଁ ଗୋ-ଆପ ଭାବରେ ଆକଳନ କରିଥିଲେ । କୋଭିଡ-19 ଟିକା ଉପରେ ରିଅଲ ଟାଇମ ମନିଟରିଂ ପାଇଁ ଭାରତ ସରକାର ଏକ ଡିଜିଟାଲ ପ୍ଲାଟଫର୍ମ, କୋ-ୱିନ ପ୍ରସ୍ତୁତ କରିଛନ୍ତି।
  • କୋ-ଓ୍ବିନ 20 ଆପ କୋଭିଡ-19 ଟିକା ପାଇଁ ପଞ୍ଜିକରଣ ଏବଂ ଟିକାକରଣ ପ୍ରୋଗ୍ରାମର ଟ୍ରାକିଂ ପାଇଁ ପାଞ୍ଚଟି ମଡ୍ୟୁଲରେ ବିଭକ୍ତ ।

ଟିକାକରଣ ଅଭିଯାନରେ ଏହା କିପରି ସାହାଯ୍ୟ କରିବ?

  • କୋଭିଡ-19 ଟୀକା ପାଇଁ ନିଃଶୁଳ୍କ ପାଇଁ ମାଗଣା ମୋବାଇଲ ଆପ କୋ-ଓ୍ବିନ।
  • ଏହି ଆପ ପ୍ରକ୍ରିୟାରେ ନିୟୋଜିତ ସମସ୍ତଙ୍କ ପାଇଁ ଉପଯୋଗୀ ହେବ - ପ୍ରଶାସକ, ଟିକାକରଣକାରୀ ଏବଂ ଯେଉଁମାନେ ଏହି ଟିକା ଗ୍ରହଣ କରିବାକୁ ଯାଉଛନ୍ତି ।
  • କୋ-ୱିନ ପ୍ଲାଟଫର୍ମ ସମଗ୍ର ଟିକାକରଣ ପ୍ରକ୍ରିୟା ଉପରେ ନଜର ରଖିବାରେ ସାହାଯ୍ୟ କରିବ ।
  • ହିତାଧିକାରୀ ସ୍ବୀକୃତି ମଡ୍ୟୁଲ ହିତାଧିକାରୀଙ୍କୁ SMS ପଠାଇବ ।
  • ଟିକାକରଣ ପରେ ଏହା QR- ଆଧାରିତ ପ୍ରମାଣପତ୍ର ମଧ୍ୟ ସୃଷ୍ଟି କରିବ ।
  • କେତେ ଟିକା ଅଧିବେଶନ ଅନୁଷ୍ଠିତ ହୋଇଛି, କେତେଜଣ ଏଥିରେ ଯୋଗ ଦେଇଛନ୍ତି ଏବଂ କେତେଜଣ ଛାଡିଛନ୍ତି ସେ ସମ୍ବନ୍ଧରେ ରିପୋର୍ଟ ମଡ୍ୟୁଲ ପ୍ରସ୍ତୁତ କରିବ।

ABOUT THE AUTHOR

...view details