ନୂଆଦିଲ୍ଲୀ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ବ୍ୟାପକ ଉନ୍ନତି ଘଟିଛି । ଉଗ୍ରବାଦ ନକ୍ସଲବାଦ ଆଜି ହ୍ରାସ ହୋଇଛି । ଦେଶର ନକ୍ସଲ ପ୍ରଭାବିତ ରାଜ୍ୟ ପଶ୍ଚିମବଙ୍ଗ, ଓଡିଶା, ଝାଡଖଣ୍ଡ, ମହାରାଷ୍ଟ୍ର, ଛତିଶଗଡରେ ମାଓବାଦୀର ଗତି ବିଦ୍ଧି ହ୍ରାସ ପାଇଛି । ଜମ୍ମୁ କାଶ୍ମୀରରେ ଆଜି ନୂଆ ବିକାଶ ଧାରା ସୃଷ୍ଟି ହୋଇଛି । କାଶ୍ମୀରରେ କାହାର ଶକ୍ତି ନାହିଁ ସେନା ଉପରେ ପଥର ଫୋପାଡିବାକୁ । ଉତ୍ତର ପୂର୍ବ ରାଜ୍ୟରେ ଆଜି ଶାନ୍ତି ସ୍ଥାପନ ହୋଇଛି । ପୁରା ଦେଶରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରହିଛି । ଆତଙ୍କବାଦୀଙ୍କୁ କଡା ଜବାବ ଦିଆଯାଉଛି । ସୀମାରେ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ହୋଇଛି । ସେନାକୁ ସ୍ଥାୟୀ ଭିତ୍ତିଭୂମି ସହ ଅତ୍ୟାଧୁନିକ ଅସ୍ତ୍ର ମିଳିଛି । ରାଜ୍ୟ ପୋଲିସ ଗୁଡିକର ଦକ୍ଷତା ବୃଦ୍ଧି କରାଯାଉଛି । ସାଇବର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଅବିଶ୍ବାସ ପ୍ରସ୍ଥାବ ବିତର୍କରେ ଜବାବ ଦେଇ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏହା କହିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ।
ଏହାବି ପଢନ୍ତୁ- Manipur Violence: ଗତ ଛ’ ବର୍ଷରେ ମଣିପୁରରେ କର୍ଫ୍ୟୁ ଲାଗିନାହିଁ: ଅମିତ ଶାହ
ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବ ବିତର୍କର ଦ୍ବିତୀୟ ଦିନରେ ଲୋକସଭାରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ନିଜ ଜବାବରେ ବିରୋଧୀଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରିବା ସହିତ, ପ୍ରତି ଅଭିଯୋଗର ଜବାବ ଦେଇଛନ୍ତି । ଏହାସହ ଗତ 9 ବର୍ଷରେ ସରକାରଙ୍କ ଉପଲବ୍ଧି, ବିକାଶ ମୂଳକ କାର୍ଯ୍ୟକ୍ରମ, କଲ୍ୟାଣକାରୀ ଯୋଜନାକୁ ମଧ୍ୟ ଗୋଟି ଗୋଟି କରି ସଂସଦରେ ଉଲ୍ଲେଖ କରିଛନ୍ତି ଗୃହମନ୍ତ୍ରୀ । ଏଥିସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ମଧ୍ୟ ସହ ତଥ୍ୟ ଓ ତର୍କର ସହ ଜବାବ ଦେଇ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।
ଗୃହମନ୍ତ୍ରୀ କହିଛନ୍ତି, ‘‘ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭୁଲ ପାଇଁ କାଶ୍ମୀରରେ ବ୍ୟାପକ କ୍ଷୟକ୍ଷତି ହେଲା । 370 ଧାରା ପାଇଁ କାଶ୍ମୀର ବିକାଶରେ ପଛେଇ ଗଲା । ସେହି ଭୁଲକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ଅଗଷ୍ଟ 2019ରେ ସୁଧାରି ଦେଇଛନ୍ତି । ଏହି ସଂସଦ ଧାରା 370କୁ ଉଚ୍ଛେଦ କରି ନୂଆ କାଶ୍ମୀର ନିର୍ମାଣ ପାଇଁ ରାସ୍ତା ସଫା କରିଛି । ଆଜି କାଶ୍ମୀରରେ ଆତଙ୍କବାଦ ମୂଳତ୍ପାଟନ ହେବାକୁ ଯାଉଛି । ଆତଙ୍କୀ ଓ ଏହାର ସମର୍ଥକ ସେନା ଉପରେ ପଥର ଆକ୍ରମଣ କରିବାକୁ ଚିନ୍ତା କରୁପାରୁନାହାଁନ୍ତି । ଜାମ୍ମୁ କାଶ୍ମୀରରେ ବାଛି ବାଛି ଆତଙ୍କୀଙ୍କୁ ସେନା ସଫା କରୁଛି । ସୀମାରେ ସେନାର ଶକ୍ତିବୃଦ୍ଧି କରାଯାଇଛି ।’’
ଜିରୋ ପଏଣ୍ଟରେ ନିଷ୍ପତ୍ତି ନେବାକୁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି । ଜାମ୍ମୁ କାଶ୍ମୀର ପୋଲିସ ଆଜି ଦକ୍ଷତାର ସହ ଆତଙ୍କବାଦର ମୁକାବିଲା କରୁଛି । କାଶ୍ମୀରରେ ଆଜି ବିକାଶର ଗାଡି ଦୌଡୁଛି । କାଶ୍ମୀରକୁ ପର୍ଯ୍ୟଟକ ଫେରିଛନ୍ତି । ଘାଟିରେ ସିନେମା ହାଲ ଆରମ୍ଭ ହୋଇଛି । ପୁରା କାଶ୍ମୀରରେ ସମେତ ଘାଟିରେ ଭିତ୍ତିଭୂମି ନିର୍ମାଣ ଯୋରଦାରରେ ଚାଲିଛି । ଏକାଧିକ ବିକାଶ ମୂଳକ ପ୍ରକଳ୍ପ ଜାରି ରହିଛି । ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ଉନ୍ନତି ହୋଇଛି ଧାରା 370 ଉଚ୍ଛେଦ ପରେ ରେକର୍ଡ ଏକ କୋଟିରୁ ଅଧିକ ପର୍ଯ୍ୟଟକ କାଶ୍ମୀର ଆସିଛନ୍ତି ।
ସ୍ଥାନୀୟ ଲୋକଙ୍କ ନିଯୁକ୍ତି, ରୋଜଗାରକୁ ସରକାର ଅଗ୍ରାଧିକାର ଭିତ୍ତିରେ ଆଗେଇ ନେଉଛନ୍ତି । ସରକାର ପ୍ରତି କାଶ୍ମୀରବାସୀଙ୍କ ସମର୍ଥନ ଦୃଢ ହୋଇଛି । ବିଜେପି ଶାସନ କାଳରେ ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହୋଇଛି । ପୁରା ଜାମ୍ମୁ କାଶ୍ମୀରର ସୁରକ୍ଷା ଓ ରୋଜଗାରକୁ ସୁନିଶ୍ଚିତ କରାଯାଇଛି । କାଶ୍ମୀର ପଣ୍ଡିତଙ୍କୁ ଥଇଥାନ ପ୍ୟାକେଜ ଦେଇ କାଶ୍ମୀରକୁ ଫେରାଇ ଅଣାଯାଉଛି । ଆଜି କାଶ୍ମୀରର ରେଳ, ବିମାନ, ଜାତୀୟ ରାଜପଥ ସହ ଯୋଡି ହୋଇ ଭାରତର ବିକାଶର ମୁକୁଟ ସାଜିବାକୁ ଯାଉଛି । କାଶ୍ମୀରରେ ହିନ୍ଦୁ ମଠ ମନ୍ଦିରକୁ ସୁରକ୍ଷା ଯୋଗାଇ ଦିଆଯାଇଛି । ମଠ ମନ୍ଦିରର ସମ୍ପତ୍ତି ଫେରାଇ ଅଣାଯାଉଛି ।