ଓଡିଶା

odisha

Mahashivratri: ଆଜି ମହାଶିବରାତ୍ରୀ, ଚଳଚଞ୍ଚଳ ଶୈବପୀଠ

ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ଶିବରାତ୍ରୀ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଅଧିକ ପଢନ୍ତୁ

By

Published : Feb 18, 2023, 7:45 AM IST

Published : Feb 18, 2023, 7:45 AM IST

Updated : Feb 18, 2023, 8:47 AM IST

Mahashivratri
Mahashivratri

ହାଇଦ୍ରାବାଦ: ଶିବ... ଏହି ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ବତ, ଚିରନ୍ତନ, ସତାତନ, ସର୍ବଜ୍ଞ, ସତ୍ୟ, ସୁନ୍ଦର ଏବଂ ସକଳ ବେଦ ସ୍ବରୂପ । ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ । ଜୀବନରୁ ପାପତାପରୁ ମୁକ୍ତି କରିବା ସହ ଯିଏ ଆଲୋକର ରାସ୍ତା ଦେଖାନ୍ତି ସେ ହେଉଛନ୍ତି ମହାଦେବ । ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣମାସରେ ମଳୟ ସାଥିରେ ଶିବରାତ୍ରୀର ଆଗମନେ ପଞ୍ଚମ ସ୍ବରର ତାନେ କୋଇଲି ଗାଉଛି ଅଭିନନ୍ଦନିକା । ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ମହାଶିବରାତ୍ରୀ । ଶିବରାତ୍ରୀ ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ।

ମହାଦେବଙ୍କ କରୁଣା ଅପାର । ଅନେକ ନାଁରେ ତାଙ୍କୁ ଡାକିଥାନ୍ତି ଭକ୍ତ । କିଏ ମହାଦେବ ତ ଆଉ କିଏ ଭୋଳାବାବା, ଶମ୍ଭୁ, ଏବଂ ପରମେଶ୍ବର । ମହାଦେବ ସୃଷ୍ଟିର ଅନିଷ୍ଟକାରୀ, ଅନ୍ୟାୟ ଏବଂ ଅନୀତିକୁ ସଂହାର କରିବା ସହ ସଂସାରକୁ ସୁଖଶାନ୍ତି ପ୍ରଦାନ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: MahaShivratri: ମଧ୍ୟପ୍ରଦେଶର ପୁରାତନ ଶୈବପୀଠ, କେବଳ ଶିବରାତ୍ରିରେ ଖୋଲେ ମନ୍ଦିର

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ଉପରେ ଆବିର୍ଭୂତ ହୋଇଥିବାରୁ ବହୁ ପୁରାତନ କାଳରୁ ଏହି ତିଥିକୁ ମହା ଶିବରାତ୍ରୀ ରୂପେ ପାଳନ କରାଯାଏ । ଦେଶର ସମସ୍ତ ଶୈବପୀଠରେ ପରମ୍ପରା ଏବଂ ରୀତିନୀତିରେ ଏହି ପର୍ବ ପାଳନ କରାଯାଇଥାଏ । ଦେବଦେବ ମହାଦେବଙ୍କ ଦ୍ବାରା ଏଦେଶର ସୃଷ୍ଟି ବୋଲି ବିଶ୍ବାସ ରହିଛି । ପୁଣ୍ୟ ମାସ ମାଘ ମାସର ମାଘସ୍ନାନ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ । କିନ୍ତୁ ଶିବରାତ୍ରିକୁ ସର୍ବଶ୍ରେଷ୍ଠ କୁହାଯାଏ ।

ପୌରାଣିକ କଥାବସ୍ତୁ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଦେଇଥିଲେ । ଏହାସହ ପୃଥିବୀକୁ ଏକ ବଡ ବିପଦରୁ ରକ୍ଷା କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।

ଶିବରାତ୍ରୀକୁ ଜାଗର ମଧ୍ୟ କୁହାଯାଇଥାଏ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶୈବକ୍ଷେତ୍ରରେ ଭକ୍ତମାନେ ନିଷ୍ଠା ଏବଂ ଭକ୍ତିର ସହ ଏହି ପର୍ବ ପାଳନ କରିଥାନ୍ତି । ମହାଦେବଙ୍କ ମନ୍ତ୍ର ପାଠ କରିବା ସହ ଧୂପ, ଦୀପ, ବେଲପତ୍ର, ଦୁଗ୍ଧ ଅର୍ପଣ କରି ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଭକ୍ତି ଏବଂ ନିଷ୍ଠାର ସହ ଏହି ବ୍ରତ କରିଲେ କୋଟିପୂଣ୍ୟ ମିଳିଥାଏ ବୋଲି କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2023, 8:47 AM IST

ABOUT THE AUTHOR

...view details